ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀର ଶହଂଶାହରେ ଭାରତୀୟ ପାରିବ ଅନୁସନ୍ଧାନ ସଂସ୍ଥାରେ ଗବେଷଣା ପରେ ଏପରି ଗଛ ଲଗା ଯାଇଛି ,ଯେଉଁଥିରେ ଦୁଇଟି ଅଲଗା ଅଲଗା ପାରିବ ରହିଛି l ଗ୍ରାଫ୍ଟିଙ୍ଗ ବିଧି ଦ୍ୱାରା ଆଳୁ ,ବାଇଗଣ ଗୋଟିଏ ଗଛରେ ଓ ଟମାଟୋ ,ବାଇଗଣ ଗୋଟିଏ ଗଛରେ ଉତ୍ପାଦନ ହେଉଛି l ଭାରତୀୟ ପାରିବ ଅନୁସନ୍ଧାନ ସଂସ୍ଥାର ବୈଜ୍ଞାନିକ ଗବେଷଣା ଦ୍ୱାରା ଗୋଟିଏ ଗଛରେ ଦୁଇଟି ପାରିବା ଫଳୁଥିବାର ସନ୍ଧାନକୁ ସାକାର କରିଛନ୍ତି l ଗ୍ରାଫ୍ଟିଙ୍ଗ ବିଦ୍ଧି ଦ୍ୱାରା ଟମାଟୋ ଗଛରେ ବାଇଗଣର ଗଛକୁ କଲମୀ କରାଯାଇ ତାହାକୁ ଗୋଟିଏ ଗଛରୁ ଉତ୍ପାଦନ କରାଯାଉଛି l
ଏହି ଗବେଷଣାକୁ କରୁଥିବା ସଂସ୍ଥାର ମୁଖ୍ୟ ବୈଜ୍ଞାନିକ ଡାକ୍ତର ଆନନ୍ଦ ବାହାଦୂର ସିଂହ କହିଛନ୍ତି ଏଭଳି ବିଶେଷ ଗଛ ୨୪-୨୮ ଡିଗ୍ରୀ ତାପମାତ୍ରାରେ ୮୫ ପ୍ରତିଶତରୁ ଅଧିକ ଆର୍ଦ୍ରତା ଓ ବିନା ପ୍ରକାସର ନର୍ସରୀରେ ପ୍ରସ୍ତୁତ କରାଯାଇଛି l ଏହା ବ୍ୟତୀତ ସେ କହିଛନ୍ତି ଯେ ଗ୍ରାଫ୍ଟିଙ୍ଗ୍ ର ୧୫ ରୁ ୨୦ ଦିନ ପରେ ଏହାକୁ ମାଟିରେ ଲଗାଯାଇଥାଏ l ଠିକ ମାତ୍ରାରେ ଉର୍ବରତା ,ପାଣି ଓ ଦେଖା ଚାହାଁ କରାଯାଇଥାଏ l ଏହି ଗଛ ଗୁଡିକ ୬୦ ରୁ ୭୦ ଦିନ ମଧ୍ୟରେ ଫଳ ଦେଇ ଥାନ୍ତି l ବୈଜ୍ଞାନିକ ମାନେ ମତ ଦେଇଛନ୍ତି ଯେ ଖାସକରି ଚାଷୀ ମାନେ ଏହାଦ୍ୱାରା ଉପକୃତ ହେବେ l
ଏହି ଗଛ ଗୁଡିକ ସେହି କ୍ଷତ୍ରର ଚାଷୀ ମାନଙ୍କ ପାଇଁ ଖାସକରି ଉପଯୁକ୍ତ ଯେଉଁ ଅଞ୍ଚଳରେ ବର୍ଷା ଋତୁ ପରେ ପାଣି ଜମିରହିଥାଏ l ଏହି ଗଛ ଗୁଡିକୁ ସହରରେ ସେହି ଲୋକ ମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥାଏ ଯେଉଁ ମାନଙ୍କ ପାଖରେ କମ ଜାଗା ଅଛି ଓ ସେମାନେ ବଜାରରୁ ରସାଇନୀକ ପାନିପରିବାରୁ ନିଜକୁ ରକ୍ଷା କରିବାକୁ ଚାହୁଁଛନ୍ତି ଏବଂ ନିଜ ଘରେ ପନିପରିବା ଉତ୍ପାଦନ କରି ନିଜ ଅସୁବିଧା ମେଣ୍ଟାଉଛନ୍ତି l ଗବେଷକ ମାନେ କହିଛନ୍ତି ଏହି ପ୍ରକାରର ଚାଷ ଦ୍ୱାରା ଚାଷୀ ମାନଙ୍କୁ ଗୁଣବତା ଯୁକ୍ତ ପାରିବ ମିଳିବା ସହିତ ଉତ୍ପାଦନ ମଧ୍ୟ ଭଲ ମିଳିବ l ଏହା ବିଶେଷ କରି ସହର ବସି ମାନଙ୍କ ପାଇଁ ଉପଯୁକ୍ତ ଅଟେ l
Comments are closed.