ପଟ୍ଟାମୁଣ୍ଡାଇ ତା୧.୧୦- ପଟ୍ଟାମୁଣ୍ଡାଇ ଅଚଂଳର ବରିଷ୍ଠ ବାମପନôୀନେତା, ସାହିତି୍ୟକ ସଂଗ୍ରାମୀ ରବିନ୍ଦ୍ର ବେହେରା ସମାଜର ଅବହେଳିତ ଲୋକମାନଙ୍କୁ ନ୍ୟାୟ ଦେବା ପାଇଁ ଜୀବନବ୍ୟାପି ସଂଗ୍ରାମ କରିଯାଇଛନ୍ତି । ତାଙ୍କ ନୀତି, ଆଦର୍ଶ ଓ ପଟ୍ଟାମୁଣ୍ଡାଇ ଅଚଂଳ ପ୍ରତି ଅବଦାନ ଜନମାନସରେ ଚୀରକାଳ ଅବିସ୍ମରଣୀୟ ହୋଇପାରିବ ବୋଲି ଦିବଂଗତ ସଂଗ୍ରାମୀ ରବିନ୍ଦ୍ର ବେହେରାଙ୍କ ଏକାଦଶାହ ଅବସରରେ ପୋଖରୀଆପଡା ଠାରେ ଆୟୋଜିତ ଶ୍ରଦ୍ଧାଞଳୀ ସଭାରେ ବରିଷ୍ଠ ବକ୍ତାମାନେ ପ୍ରକାଶ କରିଛନ୍ତି ।
ସିପିଏମ ଜିଲ୍ଲା ସଂପାଦକ ଗୟାଧର ଧଳଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ରାଜ୍ୟସଭା ସାଂସଦ ସୁବାଷ ସିଂହ ଯୋଗ ଦେଇ କେନ୍ଦ୍ରାପଡା ଜିଲ୍ଲା ବିଶେଷ କରି ପଟ୍ଟାମୁଣ୍ଡାଇ ଅଚଂଳରେ ଗରିବ ନିଷ୍ପେସିତ ଲୋକଙ୍କୁ ନ୍ୟାୟ ଦେବା ପାଇଁ ସଂଗ୍ରାମୀ ରବିନ୍ଦ୍ର ବେହେରାଙ୍କ ସାଲିସବିହୀନ ସଂଗ୍ରାମ ସାରା ଓଡିଶାରେ ଶ୍ରମିକ, କୃଷକ ଆନେ୍ଦାଳନକୁ ପ୍ରେରଣା ଯୋଗାଇ ଥିଲା । ସେ ଆଜି ନାହାନ୍ତି ସତ ହେଲେ ତାଙ୍କ ପ୍ରଦର୍ଶିତ ମାର୍ଗ ଆମ୍ଭକୁ ଲକ୍ଷ୍ୟସ୍ଥଳରେ ପହଁଚାଇବାରେ ସଫଳ ହେବ ବୋଲି ମତପ୍ରକାଶ କରି ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞଳୀ ଜ୍ଞାପନ କରିଥିଲେ । ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ଅପରାଜେୟ ଯୋଦ୍ଧା ଭାବେ ଅଭିହିତ କରି ପଟ୍ଟାମୁଣ୍ଡାଇ ପାଇଁ ତାଙ୍କର ସଂଗ୍ରାମ କେବେ ବିଫଳ ହେବ ନାହିଁ ବୋଲି ମତପ୍ରକାଶ କରିଥିଲେ ।
ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ରାଜ୍ୟ କୃଷକ ସଭା ସଭାପତି ଜଗନ୍ନାଥ ମିଶ୍ର, ସିପିଆଇ ଜିଲ୍ଲା ସଂପାଦକ ରମଣୀ ରଞନ ରାଉତରାୟ, ଚେତନା ସାହିତ୍ୟ ସଂସଦ ସଂପାଦକ ଡ. ନୀଳମଣି ଲେଙ୍କା, କାର୍ଯ୍ୟକାରୀ ସଭାପତି ରାମକୃର୍ଷ୍ଣ ଦାସ, ବେଲେଶ୍ୱର ସାହିତ୍ୟ ସଂସଦ ସଭାପତି ବ୍ରଜବନ୍ଧୁ ଦାଶ, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଂପାଦକ ଗୋପିନାଥ ତ୍ରିପାଠୀ, କବି ପ୍ରମୋଦ ନାୟକ, ସମାଜସେବୀ କୁମାର ବାଈ, ଜିଲ୍ଲା ସାମ୍ବାଦିକ ଆଶୀଷ ସେନାପତି, ନାଟ୍ୟକାର ହରେକୃର୍ଷ୍ଣ ଦାସ, ରାଜ୍ୟସ୍ତରୀୟ ସାମ୍ବାଦିକ ମୂରଲୀ ମିଶ୍ର, ଓଡିଆ କମୁ୍ୟନିଷ୍ଟ ପାର୍ଟି ନେତା କ୍ଷେତ୍ରବାସୀ ପ୍ରଧାନ, ଆଡଭୋକେଟ ନଳିନୀକାନ୍ତ ତ୍ରିପାଠୀ, ସିପିଆଇଏମ ରାଜ୍ୟ କମିଟି ସଦସ୍ୟ ସୁରେଶ ପାଣିଗ୍ରାହୀ, ଉତିକଣ ଚାଷୀ ମୂଲିଆ ଆବାହକ ଭାସ୍କର ରାଉତରାୟ. ବରିଷ୍ଠ ସାମ୍ବାଦିକ ଅନୀଲ ଚୌଧୁରୀ, ବାମପନôୀନେତା ସଲିଳେନ୍ଦୁ ମହାନ୍ତି, କଥାକାର ପ୍ରଦୀପ ନାୟକ, କୃଷକନେତା ବିଜୟ ଦାସ, କବି ତ୍ରିଲୋଚନ ଜେନା, ଆଡଭୋକେଟ ବିଜ୍ଞାନ ଜେନା ଓ ଅକ୍ଷୟ ଲେଙ୍କା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କବି, ସାହିତି୍ୟକ, ସମାଜସେବୀ, ବୁଦ୍ଧୀଜୀବି ଯୋଗ ଦେଇ ସ୍ୱର୍ଗତଃ ବେହେରାଙ୍କ କର୍ମମୟ ଜୀବନ ଓ ଅବଦାନ ସଂପର୍କରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଏଇ ଅବସରରେ ସ୍ୱର୍ଗତଃ ବେହେରାଙ୍କ ସ୍ମୃତି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ସଭା ଆରମ୍ଭରେ ଉପସ୍ଥିତ ସମସ୍ତ ଅତିଥି ସ୍ୱର୍ଗତଃ ସଂଗ୍ରାମୀ ରବିନ୍ଦ୍ର ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ଆତ୍ମା ସଦଗତି ପାଇଁ ୨ମି. ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କବୟତ୍ରୀ ତଥା ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀ ସରସ୍ୱତୀ ବେହେରା, ସ୍ମୃତିରଞନ ବେହେରା, ସାରଦା ରଞନ ବେହେରା ଓ କାରୁବାକି ବେହେରା ପ୍ରମୁଖ ପରିଚାଳନା କରିଥିଲେ ।
