Odisha news

ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଉପାଧ୍ୟକ୍ଷ ଟୁଟୁ ଧଳଙ୍କ ଶ୍ରଦ୍ଧାଞଳୀ ସଭା

0

ପଟ୍ଟାମୁଣ୍ଡାଇ ତା୧୯.୯- ପଟ୍ଟାମୁଣ୍ଡାଇ ବ୍ଲକର ପ୍ରାକ୍ତନ ଉପାଧ୍ୟକ୍ଷ ତଥା ଜିଲ୍ଲାପରିଷଦ ସଦସ୍ୟ ଅଶୋକ ଧଳ (ଟୁଟୁ)ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞଳୀ ସଭା ଏକାଦଶାହ ଅବସରରେ ନୀଳକଣ୍ଠପୁର ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ନଳିନୀ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା, ଉପାଧ୍ୟକ୍ଷ ସୁଶାନ୍ତ ଦାସ, ରାଜ୍ୟ ବିଜେଡି ଦ୍ଗ୍ ସଂପାଦକ ରାଜେଶ ପଣ୍ଡା, ଜିଲ୍ଲାପରିଷଦ ସଦସ୍ୟ ନାରଦ ବିଶ୍ୱାଳ, ପ୍ରାକ୍ତନ ସଦସ୍ୟ ଧନୁର୍ଜ୍ଜୟ ସ୍ୱାଇଁ, ଦୀପକ ବେହେରା, ସରପଚଂ ପ୍ରଭାତ ପ୍ରଧାନ, ସମିତିସଭ୍ୟ ଶ୍ରୀକାନ୍ତ ସାହୁ, ଯୁବନେତା ଇଂ. ସ୍ୱପ୍ନରଞନ ବେହେରା, ପ୍ରବୋଧ ଖଣ୍ଡାୟୀ, ମନୋରଞନ ଧଳ, ଅଶ୍ୱିନୀ ପାତ୍ର ପ୍ରମୁଖ ଭାଷଣ ଦେଇ ସ୍ୱର୍ଗତଃ ଧଳଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ସଭାରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଶୋକ ବାର୍ତା ପାଠ କରାଯାଇଥିଲା । ଶେଷରେ ନୀଳକଣ୍ଠପୁର ସରପଚଂ ନୀଳିମା ଧଳ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ।

 

Nalco
Leave A Reply