ପଟ୍ଟାମୁଣ୍ଡାଇ : ସଂପ୍ରତି ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେବା ସହିତ ସମସ୍ତ ଶକ୍ତି ଖଟାଇଛନ୍ତି । ଓଡିଶାରେ କରୋନାର କାୟା ବିସ୍ତାର ରୋକିବା ସହ ଗୋଷ୍ଠୀ ସଂକ୍ରମଣ ରୋକିବା ପ୦ାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଚିନ୍ତିତ ରଣନୀତି ଆପଣାଇବା ସହିତ ସରକାରୀ ନିଦେ୍ର୍ଦଶନାମାକୁ କଠୋର ଭାବେ ପାଳନ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । କେନ୍ଦ୍ରପଡା ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାରେ କରୋନାକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି ।
ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଳରେ କରୋନା ସଚେତନତା ଓ ମୁକାବିଲା କାର୍ଯ୍ୟକ୍ରମ ଜୋରଦାର ହୋଇଛି । କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ଓ ପଟ୍ଟାମୁଣ୍ଡାଇ ପୌରପରିଷଦର ମୁଖ୍ୟ ପ୍ରଶାସକ ବସନ୍ତ କୁମାର ରାଉତ ଓ ପୌରନିର୍ବାହୀ ଅଧିକାରୀ ସଂପଦ ସ୍ୱାଇଁଙ୍କ ନିଦେ୍ର୍ଦଶରେ ପଟ୍ଟାମୁଣ୍ଡାଇ ପୌରାଚଂଳରେ କରୋନା ସଚେତନତା ଓ ମୁକାବିଲା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି ।
ପଟ୍ଟାମୁଣ୍ଡାଇ ପୌରପରିଷଦର ୧୧ନଂ. ୱାର୍ଡ ମୁସଲମାନବସ୍ତି ଠାରେ ମହାମାରୀ କରୋନା ସଚେତନତା ଓ ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ମୁସଲମାନବସ୍ତିର ଉର୍ଦ୍ଦୁ ପ୍ରାଇମେରୀ ସ୍କୁଲ ଠାରେ ୱାର୍ଡ ଅଫିସର ପ୍ରେମାନନ୍ଦ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସାଧାରଣସଂପାଦିକା ଓ ବିଜେଡି ରାଜ୍ୟ ପରିଷଦ ସଦସ୍ୟା ରିଜୁୱାନା ବେଗମ , ପୂର୍ବତନ କାଉନସିଲର ଏସ.କେ ଅମରୁଲ, ଅଙ୍ଗନବାଡିକର୍ମୀ ରେହାନା ପରବିନ ଓ ନନ୍ଦିନୀପ୍ରଭା ତ୍ରିପାଠୀ, ସହାୟିକା ବିଦୁଲତା ମଳିକ ଓ ସାଜେଦା ଖାତୁନ, ଯୁବକସଂଘ ସଦସ୍ୟ ରିହାନ ଖାନ, ଏଏନଏମ ଅନୁପମା ବାରିକଙ୍କ ସମେତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇ ଆଲୋଚନା ଭାଗ ନେଇଥିଲେ ।
ଏହି ବୈଠକରେ ଯୋଗ ଦେଇଥିବା ସରକାରୀ କର୍ମଚାରୀ, ସମାଜସେବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି କରୋନା ସଚେତନତା ଓ ମୁକାବିଲା କାର୍ଯ୍ୟକ୍ରମକୁ ଜୋରଦାର କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପଟ୍ଟାମୁଣ୍ଡାଇ ୧୧ନଂ. ୱାର୍ଡର ସମସ୍ତ ଅଧିବାସୀମାନଙ୍କୁ କରୋନା ସଂପର୍କରେ ସଚେତନ କରାଇ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଆଦି କାର୍ଯ୍ୟକ୍ରମ ଘରକୁ ଘର ବୁଲି କରାଯିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯିବା ସହିତ ବାହାରୁ ଆସୁଥିବା ପ୍ରବାସୀମାନଙ୍କର ପଞିକରଣ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ସର୍ବଶେଷରେ ସନ୍ଦିଗ୍ଧ ଓ ଲକ୍ଷଣ ଥରବା ବ୍ୟକ୍ତିମାନଙ୍କ ସଂପର୍କରେ ପ୍ରଶାସନକୁ ଅବଗତ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ମହାମାରୀ କରୋନା ମୁକାବିଲାକୁ ସଫଳ କରିବା ପାଇଁ ୧୧ନଂ. ୱାର୍ଡ ବାସିନ୍ଦାଙ୍କ ସହଯୋଗ କାମନା କରାଯାଇଥିଲା