ପଟ୍ଟାମୁଣ୍ଡାଇ : ଚଳିତ ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇଧୋୟାଂଚଳର ଅବସ୍ଥା ବେହାଲ ହୋଇପଡିଛି । ରାଜନଗର ନିର୍ବାଚନମଣ୍ଡଳୀ ଅଧିନ ପଟ୍ଟାମୁଣ୍ଡାଇପୌରପରିଷଦର ୧୧ଟି ୱାର୍ଡ ଓ ବ୍ଲକର ୫ଟି ପଚାଂୟତର ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ହୋଇଥିଲେ ହେଁ ବନ୍ୟା ବିପନ୍ନଙ୍କ ଦୂର୍ଦ୍ଦଶା ଦ୍ୱିଗୁଣିତ ହୋଇଛି ।

ଆଜି ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ବିଭିନ୍ନ ୱାର୍ଡ ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ଶାସନ.ଶ୍ରୀରାମପୁର, ଡାମରପୁର , ବଳଭଦ୍ରପୁର ପ୍ରଭୃତି ପଚାଂୟତକୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଗସ୍ତ କରିବା ସହିତ ବନ୍ୟା ବିପନ୍ନମାନଙ୍କ ଅଭାବ ଅସୁବିଧା ସଂପର୍କରେ ପଚାଂରି ବୁଝିଥିଲେ । ଚଳିତ ବନ୍ୟାରେ ବିଭିନ୍ନ ସାହିବସ୍ତିର ଶତାଧିକ ଚାଳଛପର ଘର ଭାଙ୍ଗି ଯିବା ଫଳରେ ଲୋକମାନେ ବେଘର ହୋଇ ପଡିଛନ୍ତି ।

ସେହିପରି ଅଧିକାଂଶ ପରିବାରରେ ଚୂଲି ଜଳୁନଥିବାରୁ ଲୋକମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ବନ୍ୟା ବିପନ୍ନମାନଙ୍କୁ ପର୍ଯ୍ୟାପ୍ତ ଭାବେ ରିଲିଫ ଓ ସରକାରୀ ସାହାଯ୍ୟ ତୁରନ୍ତ ଯୋଗାଇ ଦେବା ପାଇଁ ପୂର୍ବତନ ବିଧାୟକ ଶ୍ରୀମହାନ୍ତି ଦାବି କରିଛନ୍ତି । ସେହିପରି ବନ୍ୟାଜଳ ପଶି ଘର ଭାଙ୍ଗି ଯାଇଥିବା ପରିବାର ଗୁଡିକୁ ପଲିଥିନ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିବା ସହିତ ବିଭିନ୍ନ ସାହିବସ୍ତିରେ ରିଲିଫ ବଟଂନ କରିଥିଲେ ।

ପୂର୍ବତନ ବିଧାୟକ ଶ୍ରୀମହାନ୍ତିଙ୍କ ସହିତ କଂଗ୍ରେସ ବରିଷ୍ଠନେତା ଅମୂଲ୍ୟ ପ୍ରଧାନ, ଅବିନାଶ ଲେଙ୍କା, ପ୍ରଦୀପ ପ୍ରଧାନ, ସନାତନ ବିଶ୍ୱାଳ, ଆଲୋକ ଧଳ, ସତ୍ୟରଞନ ଧଳ, ମନୋରଞନ କର , ହିରଣ୍ୟ ରାଉତ, ମଳୟ ଓଝା, ସୁଶାନ୍ତ ରାଉତ, ପ୍ରଦୀପ ବିଶ୍ୱାଳ, ଏଶ୍ୱର୍ଯ୍ୟ ନାୟକ, ଲିଟନ ବେହେରା , ସୁମନ୍ତ ବେହେରା, ଦେବାଶୀଷ ପଣ୍ଡା, ପୁରୁଷୋତମ ନାୟକ, ସମ୍ରାଟ ଜେନା, ଟୁକୁନା ଜେନା, ନନ୍ଦ କିଶୋର ଜେନା, ପପୁ ମହାନ୍ତି, ମାଗୁଣୀ ଲେଙ୍କା, ତପନ ପାତ୍ର, ଲିଟୁ ନାୟକ, ସମୀର ରଞନ ଜେନା ପ୍ରମୁଖ ବନ୍ୟାଚଂଳ ଗସ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here