ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଅଚଂଳର ଅଗ୍ରଣୀ ଶିକ୍ଷକନେତା ସିମୁଳିଆ ଗ୍ରାମର ସର୍ବେଶ୍ୱର ସିଂହଙ୍କର ପରଲୋକ ହୋଇଯାଇଛି । ପେଟ ରୋଗରେ ପୀଡିତ ହୋଇ ଚିକିସôା ପାଇଁ ସମ ହସ୍ପିଟାଲକୁ ଚିକିସôା ପାଇଁ ଯାଇଥିବା ଶିକ୍ଷକନେତା ଶ୍ରୀସିଂହର କରୋନା ପରୀକ୍ଷା ପରେ ରିପୋର୍ଟ ପଜେଟିଭ ଆସିଥିଲା । ଚିକିସôାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଯାଇଛି ।
ତାଙ୍କ ମୃତୁ୍ୟରେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ଜିଲ୍ଲା ୟୁଜିୟୁପି ସଂଘ ସଭାପତି ଶୁଭ୍ରାଂଶୁ ଦାସ, ବ୍ଲକ ସଭାପତି ଅଶୋକ ପରିଡା, ସଂପାଦକ ରାମ ଚନ୍ଦ୍ର ମିଶ୍ର, ପ୍ରାଥମିକ ସଂଘ ସଭାପତି ଅରକ୍ଷିତ ସାହୁ, ଉପସଭାପତି ଉଦକର ସାମଲ, ବ୍ଲକ ଏବିଇଓ ଅଭିମନୁ୍ୟ ପଢିଆରୀ, ଚନ୍ଦ୍ରଭାନୁ ମଳିକ ପ୍ରମୁଖ ଶୋକ ପ୍ରକାଶ ପାଇଛି । ସିମୁଳିଆ ଗ୍ରାମର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଥିଲା । ତାଙ୍କ ବିୟୋଗରେ ସ୍ଥାନୀୟ ଅଚଂଳରେ ଶୋକରଛାୟା ଖେଳି ଯାଇଛି ।
