ପଟ୍ଟାମୁଣ୍ଡାଇ : ଲଘୁଚାପଜନିତ ବର୍ଷାରେ ଚାଷଜମି ବୁଡି ରହିଥିବାରୁ ବଡମୂଳବସନ୍ତ, ସାନମୂଳବସନ୍ତ, ଚଉଦକୁଲାଟ, ଗୋଗୁଆ ଭେଡାର ହଜାର ହଜାର ଏକର ଚାଷଜମିର ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । ଜମିରୁ ପାଣି ନିଷ୍କାସନ ଦାବିରେ ଆଜି ପୂର୍ବାହ୍ନରେ ମୂଳବସନ୍ତ ଛକ ନିକଟରେ ସମିତିସଭ୍ୟ କଳ୍ପତରୁ ଦାସଙ୍କ ନେତୃତ୍ୱରେ ଶତାଧିକ ଚାଷୀ କଟକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ୨ଘଟାଂ ଧରି ସମସ୍ତ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ଖବର ପାଇ ପଟ୍ଟାମୁଣ୍ଡାଇ ତହସିଲଦାର ଶରତ କୁମାର ଗିରି ଘଟଣାସ୍ଥଳରେ ପହଁଚି ଆନେ୍ଦାଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ ଜଳସଂପଦ ବିଭାଗ ସହକାରୀନିର୍ବାହୀଯନ୍ତ୍ରୀ, କେନ୍ଦ୍ରାପଡା ଡ୍ରେନେଜ ବିଭାଗର ସହକାରୀନିର୍ବାହୀଯନ୍ତ୍ରୀଙ୍କ ସହିତ ତହସିଲଦାର ଶ୍ରୀଗିରି ଆଲୋଚନା କରି ଚାଷଜମିରୁ ପାଣି ନିଷ୍କାସନ କରାଯିବା ନେଇ ପଦକ୍ଷେପ ନେବାକୁ ପରାର୍ମଶ ଦେଇଥିଲେ । ଆସନ୍ତାକାଲି ଉଭୟ ଜଳସଂପଦ ଓ ଡ୍ରେନେଜ ବିଭାଗର ଅଧିକାରୀମାନେ ସଂପୃକ୍ତ ଅଚଂଳ ଗସ୍ତ କରି ପାଣି ନିଷ୍କାସନ ସଂପର୍କରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା ।