Odisha news

ପଟ୍ଟାମୁଣ୍ଡାଇ ବଲୁରିଆ ସଙ୍ଗରୋଧ କେନ୍ଦ୍ରରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ

0

ପଟ୍ଟାମୁଣ୍ଡାଇ :  ମହାମାରୀ କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ସମସ୍ତ କଠୋର ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଅମାନିଆ ଲୋକମାନଙ୍କ ପାଇଁ ସଂକ୍ରମଣ ରୋକା ଯାଇପାରୁନାହିଁ । କରୋନାକୁ ନେଇ ଲୋକମାନେ ଆଶା ଓ ଆଶଙ୍କା ମଧ୍ୟରେ ଜୀବନଯାପନ କରିବା ଦେଖାଯାଉଛି । କେନ୍ଦ୍ରାପଡା ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା କଠୋର ପଦକ୍ଷେପ ନେଇଛନ୍ତି । ମାତ୍ର ସମସ୍ତ ସରକାରୀ କଟକଣାର ପ୍ରଭାବ ଅମାନିଆ ଲୋକମାନଙ୍କ ଉପରେ ପଡୁନାହିଁ ।

ଏହି ପରିପ୍ରେକ୍ଷୀରେ ପ୍ରଶାସନ ଅଧିକ କଠୋର ହେବା ଜରୁରୀ ହୋଇପଡିଛି । ନିକଟରେ ପଟ୍ଟାମୁଣ୍ଡାଇ ବ୍ଲରକ ବଡପଡା ତେଲେଙ୍ଗାବସନ୍ତ, ତରଡିପାଳ ସଙ୍ଗରୋଧ କେନ୍ଦ୍ରରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ବଲୁରିଆ ସଙ୍ଗରୋଧ କେନ୍ଦ୍ରରୁ ହାଇଦ୍ରାବାଦ ଫେରନ୍ତା ସିଂହଗାଁର ୨ ଜଣ ଯୁବକ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ପଟ୍ଟାମୁଣ୍ଡାଇ ତହସିଲଦାର ଶରତ କୁମାର ଗିରି, ବିଡିଓ ଭରତ ପରିଡା, ଆଇଆଇସି ରାକେଶ ତ୍ରିପାଠୀ, ସବଡିଭିଜନ ହସ୍ପିଟାଲ ମୁଖ୍ୟଚିକିସôାଧିକାରୀ ଡା. ନିରାକାର ପରିଡା ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ କରୋନା ଆକ୍ରାନ୍ତ ଯୁବକଦ୍ୱୟଙ୍କୁ କୋଭିଡ ହସ୍ପିଟାଲକୁ ପଠାଇଥିଲେ । ରାଜ୍ୟ ଓ ଜିଲ୍ଲା ବାହାରେ ଥିବା ବହୁ ଲୋକ ସରକାରୀ କଟକଣା ଓ କୋଭିଡ ନିୟମ ଉଲଂଘନ କରି ମନମୁଖୀ ଭାବେ ନିଜ ନିଜର ଘରେ ପ୍ରବେଶ କରି ରହୁଥିବା ଅଭିଯୋଗ ଆସୁଛି । ଯାହାଫଳରେ କରୋନା ସଂକ୍ରମଣ ଆଶଙ୍କା ଦେଖା ଦେଇଛି ।

ଏ ସଂପର୍କରେ ଅଭିଯୋଗ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ଗତକାଲି ପୌରାଚଂଳ ଅନ୍ତର୍ଗତ ପୋଖରୀଆପଡା ହରପାର୍ବତୀ ମନ୍ଦିର ନିକଟରେ ନୂଆଦିଲ୍ଲୀରୁ ଆସି ପ୍ରଶାସନ ଅଗୋଚରରେ ଜନୈକ ମହିଳାଙ୍କ ଘରେ ରହିବା ଖବର ମିଳିବା ପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସଙ୍ଗରୋଧ କେନ୍ଦ୍ରକୁ ପଠାଇଥିଲେ ମଧ୍ୟ ସଂପୃକ୍ତ ଲୋକମାନେ ସଟଡାଉନ ସତ୍ୱେ ରାସନ ସାମଗ୍ରୀ ଓ ଜଳଖିଆ ବଜାରରୁ ଆଣିଥିବା ଅଭିଯୋଗ ହୋଇଛି । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ପଟ୍ଟାମୁଣ୍ଡାଇର ବିଭିନ୍ନ ଅଚଂଳକୁ ରାଜ୍ୟ ଓ ଜିଲ୍ଲା ବାହାରୁ ପ୍ରଶାସନ ଅଗୋଚରରେ ଆସି ବସବାସ କରୁଥିବା ଲୋକମାନଙ୍କ ସଂପର୍କରେ ତୁରନ୍ତ ପ୍ରଶାସନକୁ ଜଣାଇବା ସହିତ କୋଭିଡ ନିୟମ କଡାକଡି ପାଳନ କରି ମାକ୍ସ ବ୍ୟବହାର ସହ ସାମାଜିକ ଦୂରତା ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply