ପଟ୍ଟାମୁଣ୍ଡାଇ : ବିଶ୍ୱବ୍ୟାପି କରୋନା ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଅଭାବନୀୟ ପରିସ୍ଥିତିରେ ପ୍ରଭାବିତ ହୋଇଛି ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତୀ । ଏହି ମହାର୍ଘ୍ୟ ଉସôବ ପାଳନ ପାଇଁ ବର୍ଷବ୍ୟାପି ପ୍ରସ୍ତୁତି ପାଣିରେ ପଡିଛି । କରୋନା କଟକଣା ଯୋଗୁଁ ସବୁକିଛି ଫିକା ପଡିଯାଇଛି । ଏ ସବୁ ସତ୍ୱେ ପଟ୍ଟାମୁଣ୍ଡାଇବାସୀଙ୍କ ହୃଦୟର ସ୍ପନ୍ଦନ ଓ ବହୁ ଗୌରବମୟ ଇତିହାସର ମୁକସାକ୍ଷୀ ପଟ୍ଟାମୁଣ୍ଡାଇ କଲେଜର ବହୁ ପ୍ରତୀକ୍ଷିତ ସୁବର୍ଣ୍ଣ ଜୟନ୍ତୀ ଉସôବ ପ୍ରତିକାତ୍ମକ ଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସମଗ୍ର ବିଶ୍ୱକୁ କରୋନାମୁକ୍ତ କରିବା ପାଇଁ ଏକ ଗୀତାଜ୍ଞାନ ଯଜ୍ଞ ଆୟୋଜନ କରାଯାଇଥିଲା ।
ଏହି ମହାନ କାର୍ଯ୍ୟକ୍ରମରେ ବିଶ୍ୱ ପ୍ରସିଦ୍ଧ ଯୋଗଗୁରୁ ପରମହଂସ ପ୍ରଜ୍ଞାନାନନ୍ଦ, ରାଜନଗର ବିଧାୟକ ଧ୍ରୁବ ସାହୁ, କଲେଜ ଅଧ୍ୟକ୍ଷ ପ୍ରଫେସର ଲକ୍ଷ୍ମୀନାରାୟଣ ଦାଶ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦୂର୍ଯେ୍ୟାଧନ ପରିଡା, ରମେଶ ଚନ୍ଦ୍ର ଜେନା, ଦେବେନ୍ଦ୍ର ପ୍ରଧାନ, ପ୍ରଧ୍ୟାପକ ଡ. ଦୁଃଶାସନ ପରିଡା, ସଞିବ ଦାସ, ଡ. ନୀଳମଣି ଲେଙ୍କା, ରବିନ୍ଦ୍ର ପଣ୍ଡା, ଡ. ଅଞଳୀ ଦାଶ, ଡ. ରମେଶ ସାହୁ, ଡ. ପ୍ରମୋଦ ସ୍ୱାଇଁ, ଡ. ପ୍ରମୋଦ ସାମଲ, ରଞିତ ସେନାପତି, ପ୍ରେମଲତା ରାଉତ, ଦିଲ୍ଲୀପ ଭୂୟାଁ, ମନୋଜ ପରିଡା, ଅରବିନ୍ଦ ପାଣ୍ଡବ, ସରୋଜିନୀ ମିଶ୍ର , ରଞନ କୁମାର ଗାହାଣ, ରାମଚନ୍ଦ୍ର ପାତ୍ର, କଲେଜ ଆଲୁମୁନି କମିଟି ସଭାପତି ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ପୂର୍ବତନ କଲେଜ ପରିଚାଳନା କମିଟି ସଭ୍ୟ ପ୍ରଦୁ୍ୟମ୍ନ ସାମନ୍ତରାୟ, ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ, ପ୍ରାକ୍ତନ ପୌରାଧ୍ୟକ୍ଷ ପ୍ରତିନିଧି ବୁଢା ଲେଙ୍କା, ରାଜେନ୍ଦ୍ର ଦାଶ, ଅଧ୍ୟାପକ ଅମୀୟ ଦାସ, ବିଶ୍ୱନାଥ ଦାଶ, ରଞନ ପାଣି ପ୍ରମୁଖ ଯୋଗ ଦେଇ କଲେଜର ଗୌରବମୟ ଇତିହାସକୁ ଅକ୍ଷୁର୍ଣ୍ଣ ରଖିବା ସହିତ ଗୁଣାତ୍ମକ ଶିକ୍ଷା ଓ ସାମଗ୍ରିକ ବିକାଶକୁ ଆଗେଇ ନେବାକୁ ଶପଥ ନେଇଥିଲେ । ଗୀତାଜ୍ଞାନ ଯଜ୍ଞରେ ଗୋକୁଳ ଦାଶ ଓ ସୁନୀତା ଦାଶ କର୍ତା ଭାବେ କାର୍ଯ୍ୟ ସଂପାଦନ କରିଥିଲେ । କରୋନା କଟକଣା ଯୋଗୁଁ ସାମାଜିକ ଦୂରତ୍ୱ ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା ।