ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ସାନମୋହନପୁର ଗ୍ରାମର ଶିକ୍ଷକ ନିରାକାର ପଣ୍ଡା ନିଜର ବକେୟା ଦରମା ପାଇଁ ବାରମ୍ବାର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରିବା ପରେ ପରିବାର ସହ ଆସନ୍ତା ୧୦ ତାରିଖରେ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ପାଇଁ ନିଷ୍ପତି ନେଇଛନ୍ତି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ବ୍ଲକ ସାନମୋହନପୁର ଗ୍ରାମର ନିରାକାର ପଣ୍ଡା ଗତ ଜୁଲାଇ ୧୫ ତାରିଖରେ ଦେହ ଖରାପ ହେବାରୁ ସେ ତା୧୫.୦୭.୨୦୧୯ ଠାରୁ ୧୫.୦୮.୨୦୧୯ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଇଏଲ ଦରଖାସ୍ତ ଦେଇ କଟକରେ ଅପରେସନ ହୋଇଥିଲେ ।
ଏହାପରେ ସୁସ୍ଥ ହୋଇ ଦେଉଳି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେବାକୁ ଯିବାବେଳେ ପ୍ରଧାନଶିକ୍ଷକ ତାଙ୍କୁ ଫେରାଇ ଦେଲେ । ଏହା ପରେ ସେ ବିଇଓଙ୍କୁ ଲିଖିତ ଭାବେ ଜଣାଇଥିଲେ । ବିଇଓ ଅନ୍ୟତ୍ର ବିଦ୍ୟାଳୟରେ ଯୋଗ ଦେବାକୁ କହି ବାରମ୍ବାର ଅଫସରୁ ଫେରାଇ ଦେଇଥିଲେ । ଏଥିରେ ନିରାଶ ହୋଇ ଶିକ୍ଷକ ଶ୍ରୀପଣ୍ଡା କେନ୍ଦ୍ରାପଡା ଜିଲ୍ଲାପାଳ ଓ ଡିଇଓଙ୍କୁ ଭେଟି ଅଭିଯୋଗ କରିବା ପରେ ବିଇଓ ତାଙ୍କୁ ସାତକୁଡିଆ ବାଟିପଡା ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦେଇ କାର୍ଯ୍ୟ କରିବାକୁ ଲିଖିତ ନିଦେ୍ର୍ଦଶ ଦେଲେ ।
ବିଇଓଙ୍କ ନିଦେ୍ର୍ଦଶ ପରେ ଶ୍ରୀପଣ୍ଡା ତା୦୫/୧୨/୨୦୧୯ରେ ସାତକୁଡିଆ ପ୍ରାଥମିକ ବିଦ୍ୟାଳୟରେ ପହଁଚି କାର୍ଯ୍ୟରେ ଯୋଗ ଦେବାକୁ ଚାହିଁବାର ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ତାଙ୍କୁ ଜଏନ କରାଇ ନଦେଇ ଫେରାଇ ଦେଇଥିଲେ । ଏହା ପରେ ଶ୍ରୀପଣ୍ଡା ବିଇଓଙ୍କୁ ଜଣାଇଥିଲେ । ବହୁ ହଇରାଣ ହରକତ ପରେ ତା୧୭/୦୨/୨୦୨୦ରିଖରେ ବିଇଓ ତାଙ୍କୁ ବାଲିଝରି ୟୁଜିୟୁପି ସ୍କୁଲରେ କାର୍ଯ୍ୟରେ ଯୋଗ ଦେଲେ । ମାତ୍ର ବିଇଓ ଶିକ୍ଷକ ଶ୍ରୀପଣ୍ଡାଙ୍କୁ ଅଗଷ୍ଟ ୧୫ ତାରିଖରୁ ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଦରମା ଦେଇନାହାନ୍ତି । ଏଥି ସହିତ ଜୁଲାଇ ୧୫ ଠାରୁ ଅଗଷ୍ଟ ୧୫ ତାରିଖ ଛୁଟି ସମୟର ଓ ଜାନୁଆରୀ ୨୦୧୯ ମାସର ବକେୟା ଦରମା ମଧ୍ୟ ବିଇଓ ଦେଇନଥିବା ଶିକ୍ଷକ ଶ୍ରୀପଣ୍ଡାଙ୍କ ସ୍ତ୍ରୀ ଦେବକୀ ପଣ୍ଡା ରାଜ୍ୟ ସରକାର ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କ ନିକଟରେ ଗୁହାରୀ କରିଛନ୍ତି । ଆସନ୍ତା ୯ ତାରିଖ ମଧ୍ୟରେ ସମସ୍ୟାର ସମାଧାନ ନକଲେ ବାଧ୍ୟ ହୋଇ ଶିକ୍ଷକ ଶ୍ରୀପଣ୍ଡା ପନôୀ ଓ ପରିବାର ସହ ପଟ୍ଟାମୁଣ୍ଡାଇ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଲିଖିତ ଭାବେ ସରକାର ଓ ପ୍ରଶାସନକୁ ଜଣାଇଛନ୍ତି ।