ପ୍ୟା ରିସ୍ର ଭାସମାନ ଥିଏଟର୍ ଡଙ୍ଗାରେ ବସି ସିନେମା ଦେଖିବାର ଅଭିଜ୍ଞତା ନିଆରା । ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ର ସିନ୍ ନଦୀରେ ଜୁଲାଇ ୧୮ରେ ଡଙ୍ଗାରେ ସାମାଜିକ ଦୂରତ୍ୱ ରକ୍ଷା କରି ଫିá ଦେଖିବା ବ୍ୟବସ୍ଥା କରାଯାଇଛି । ‘ପ୍ୟାରିସ୍ ପ୍ଲେଜ୍’ ନାମକ ବାର୍ଷିକ କାର୍ଯ୍ୟକ୍ରମରେ ଗ୍ରୀଷ୍ମ ଦିନେ ସିନ୍ ନଦୀରେ ଏପରି ବ୍ୟବସ୍ଥା କରାଯାଏ । ଚଳିତବର୍ଷ ସିନେ ପ୍ରେମୀ ୩୮ଟି ଇଲେକଟ୍ରିକ୍ ବୋଟ୍ରେ ଫିଲ୍ମ ଦେଖିବାର ସୁଯୋଗ ପାଇବେ । ସାଧାରଣ ଲୋକ ବୋଟ୍ ସିଟ୍ ପାଇଁ ଜୁଲାଇ ୧୫ରୁ ରାଫେଲ୍ ଟିକେଟ୍ କିଣିବେ । ଲକି ଡ୍ରରେ ଲୋକଙ୍କ ପାଇଁ ସିଟ୍ ବଛାଯିବ ଓ ମେଲ୍ ଜରିଆରେ ସେମାନଙ୍କୁ ଅବଗତ କରାଯିବ । ଏହା ବାଦ୍ ଡେକ ୍ଚେୟାର୍ରେ ଶୁଖିଲା ସ୍ଥାନରେ ୧୫୦ ଗ୍ରୁପ୍ ପିଲା ସିନେମା ଦେଖିବାର ସୁଯୋଗ ପାଇବେ ।
