Odisha news

ସିଲ୍ ହେଲା ସଂସଦ ଭବନ : ରାଜ୍ୟସଭା ସେକ୍ରେଟେରିଆଟ୍‌ରେ ଅଧିକାରୀ ଙ୍କ କରୋନା ପଜିଟିଭ୍ ଚିହ୍ନଟ

0

ନୂଆଦିଲ୍ଲୀ: ସିଲ୍ ହେଲା ସଂସଦ ଭବନର ଦୁଇଟି ଫ୍ଲୋର୍। ରାଜ୍ୟସଭା ସେକ୍ରେଟେରିଆଟ୍‌ରେ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଦୁଇ ଅଫିସ୍ ଫ୍ଲୋର୍‌କୁ ସିଲ୍ କରାଯାଇଛି।

ନିର୍ଦ୍ଦେଶକ ସ୍ତରର ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟ କରୋନା ପଜିଟିଭ୍ ଆସିଛି। ଯାହା ପରେ ଏବେ ସଂସଦର ଏହି ଦୁଇ ଫ୍ଲୋର୍‌କୁ ସାନିଟାଇଜ୍ କରାଯିବ।

ଏହାସହ ପ୍ରତିଷେଧକମୂଳକ ଭାବେ ଅଫିସ୍ ଭିତରକୁ ପ୍ରବେଶ ନିଷଧ କରାଯାଇଛି। କେହି ବି ଅଧିକାରୀ କିମ୍ବା କର୍ମଚାରୀ ଏବେ ଏହି ଦୁଇ ମହଳାକୁ ପ୍ରବେଶ କରିବେନି। ଏହାପୂର୍ବରୁ ସଂସଦ କାଯର୍ୟାଳୟର ଜଣେ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।

Govt
Leave A Reply