Odisha news

ଦ୍ରୁତଗତିରେ ବୃଦ୍ଧି ପାଉଛି ବେଆଇନ ଇଟା ଭାଟି

0
  ପାରଳାଖେମୁଣ୍ଡି -ଇଟା ମାଫିଆଙ୍କ ଚାରାଭୁଇଁ ପାଲଟିଛି ଗଜପତି। ଜିଲ୍ଲାର ଦୁର୍ଗମ ଅଞ୍ଚଳ କଥା ଛାଡନ୍ତୁ ଖୋଦ ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ନିର୍ମାଣ ହୋଇଛି  ଶହ ଶହ ଇଟା ଭାଟି। ଗ୍ରୀଷ୍ମ ଋତୁରେ ତାଲା କଢେଇ ପାଲଟିଥିବା ପାରଳାଖେମୁଣ୍ଡି ତାପମାତ୍ରାକୁ ଏହା ବୃଦ୍ଧି କରିବାରେ ବେଶ ସାହାୟକ ହେଉଛି। ଯେଉଁଟି ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଇଟା କାରବାର କରି ଇଟା ଭାଟି ମାଲିକ ମାଲାମାଲ ହେଉଥିବା ବେଳେ ସାଧାରଣ ଲୋକ ପ୍ରଦୁଷଣ ଜନିତ ସମସ୍ୟାରେ ଛୋଟପଟ ହେଉଛନ୍ତି।
 ସୁପ୍ରିମକୋର୍ଟଙ୍କ ବାରଣ ସତ୍ତ୍ୱେ ଜିଲ୍ଲାରେ  ବିଭିନ୍ନ ସ୍ଥାନରେ ଦ୍ରୁତଗତିରେ ବୃଦ୍ଧି ପାଉଛି ଇଟା ଭାଟି। ଆଉ ସବୁ ଜାଣି ମଧ୍ୟ ନିଦ୍ରାରେ ଶୋଇଛି ପ୍ରଶାସନ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଅତିଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
    ଅନ୍ୟ ପଟରେ ସହରରେ ବଦ୍ଧିତ ପ୍ରଦୁଷଣର ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ଟିଏ ମଧ୍ୟ ନାହିଁ। ଯାହା ମାଫିଆଙ୍କ ବେଶ ସୁହାଇଛି। ଏ ନେଇ ଉପ-ଜିଲ୍ଲାପାଳ କହିଛନ୍ତି ଯେ ,
 ଯେଉଁ ମାନେ ଏହିବ୍ୟବସାୟ ପାଇଁ ଏଭଳି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
Leave A Reply

Your email address will not be published.