Odisha news

ଦେଶର ସବୁଠୁ ଦାମୀ ଅଞ୍ଚଳ, ଯେଉଁଠି ଗୋଟିଏ ଗାଡି ପାର୍କିଙ୍ଗ ପାଇଁ ଦେବାକୁ ପଡିଥାଏ କୋଟିଏରୁ ଉର୍ଧ୍ଵ ଟଙ୍କା  

0

୧ନମ୍ବର ରେ ରହିଛି ଅଲଟ୍ରା ମାଉଣ୍ଡ ରୋଡ଼ , ମୁମ୍ବାଇ ର ଏହି ଇଲାକା ରେ ୧ ବର୍ଗ ଫୁ ର ରେଟ, ୧,୯୫,୫୦୩ ଟଙ୍କା l ଏଠାରେ ଟାଟା ପଞ୍ଚ ଭଳି ଗୋଟିଏ ମାଧ୍ୟମ ଧରଣର ଗାଡି ପାର୍କିଙ୍ଗ କରିବା ପାଇଁ ଯଦି ଆପଣ ଜାଗା କିଣିବେ ତେବେ ଆପଣ ୧.୪ କୋଟି ଟଙ୍କା ଖର୍ଚ୍ଚ କରିବେ l ଏଠାରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ର ଚେୟାରମ୍ୟାନ ଓ ଏମଡି ମୁକେଶ ଅମ୍ବାନୀ ଙ୍କ ଘର l

୨ନମ୍ବର ରହିଛି ବର୍ଲି -ଏଠାରେ ୧ ବର୍ଗଫୁଟ ଜାଗା ଯଦି ଆପଣ କିଣିବେ ତେବେ ଆପଣଙ୍କୁ ୧,୭୨,୨୧୦ କୋଟି ଟଙ୍କା ଦେବାକୁ ପଡି଼ବ ଏଠାରେ ଗୋଟିଏ ମାଧ୍ୟମ ଧରଣର କାର ରଖିବା ପାଇଁ ୧.୨୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ l

୩ନଂବର ରେ ରହିଛି ମଳାବାର ହିଲ – ଏଠାରେ ଏକ ବର୍ଗ ଫୁଟ ଜାଗର ମୂଲ୍ୟ ୧,୪୮,୮୮୨ ଟଙ୍କା , ଏଠାରେ ଗୋଦରେଜ ଉଦ୍ୟୋଗ ପତି ଓ ସଜ୍ଜନ ଜିନ୍ଦଲ ଙ୍କ ଘର ଅବସ୍ଥିତ ଅଟେ l

୪ନଂବର ରେ ରହିଛି ପାଲି ହିଲ, ବ୍ୟାଣ୍ଡ ଷ୍ଟାଣ୍ଡ , କ୍ୱାର୍ଟର ରୋଡ଼  – ଏଠାରେ ଏକବର୍ଗ ଫୁଟ ର ମୂଲ୍ୟ ୧,୪୬,୧୯୮ ଟଙ୍କା l  ଏଠାରେ ବଲିଉଡ ର ନାମୀ ଦାମୀ କଳାକାର ଙ୍କ ଘର l

୫ନଂବର ରେ ରହିଛି ଯୁହୁ – ଏହି ଅଂଚଳ ରେ ମହା ନାୟକ ଅମିତାଭ ବଚନ ଙ୍କ ପାଇଁ ଜଣାଶୁଣା ଅଟେ l ଅକ୍ଷୟ କୁମାର ଓ ସଞ୍ଜୟ ଲୀଳା ବଂଶାଲୀ ମଧ୍ୟ ଏଠାରେ ରୁହନ୍ତି l ଏଠାରେ ଏକବର୍ଗ ଫୁଟ ଜାଗର ମୂଲ୍ୟ ୧,୩୯,୭୮୪ ଟଙ୍କା ଅଟେ l

୬ ନମ୍ବର ରେ ରହିଛି ଦିଲ୍ଲୀ ର ଲୁଟିୟାନ୍ସ – ଏହା ଦିଲ୍ଲୀ ର ସବୁଠୁ ଦାମୀ ଜାଗା, ଏଠାରେ ଏୟାର ତେଲ ମାଲିକ ସୁନୀଲ ମିତ୍ତଲ , ଡିଏଲ ଏଫ ର କେପି ସିଂ ଓ ଡାବର ଗ୍ରୁପ ର ମାଲିକ ଙ୍କ ବାସଭବନ l ଏଠାରେ ଏକ ବର୍ଗଫୁଟ ଜାଗର ମୂଲ୍ୟ ୧,୩୦ ଲକ୍ଷ ଟଙ୍କା ଅଟେ l

୭ ନମ୍ବର ରେ ଚାଣକ୍ୟ ପୁରୀ – ଏଠାରେ ୧ବର୍ଗ ଫୁଟ ର ମୂଲ୍ୟ ୧.୨୭ ଲକ୍ଷ ଟଙ୍କା l

୮ ନମ୍ବର ରେ ରହିଛି ମୁମ୍ବାଇ ର ଗମାଦେବୀ ଅଂଚଳ – ଏଠାରେ ଫିଟନେସ ଗୁରୁ ନବାଜ ମୋଦୀ ସିଙ୍ଘାଣିଆ  ଙ୍କ ଘର ଅବସ୍ଥିତ , ଏଠାରେ ଏକବର୍ଗ ଫୁଟ ର ମୂଲ୍ୟ ୧.୨୫ ଲକ୍ଷ ଟଙ୍କା l

Leave A Reply