Odisha news

କେରଳରେ ଏମିତି ଏକ ଗାଁ ଅଛି ଯାହାକୁ ଦେଖିଲେ ଆପଣାକୁ ଲାଗିବ ଇଉରୋପରେ ବୁଲୁଛନ୍ତି : ଆସନ୍ତୁ ଜାଣିବା ସେହି ଗାଁ ବିଷୟରେ

0

କେରଳରେ ଏବେ ଏମିତି ଏକ ପାର୍କ ତିଆରି ହୋଇଛି  ଯାହା ଘରଗୁଡ଼ିକ ମଝିରେ ଓ ଏଠାରେ କାର କିମ୍ବା ଯେକୌଣସି ଗାଡି ଯାଏ ଆସ କରିପାରିବ ନାହିଁ l ଆପଣ ଖାଲି ପାଦରେ ଚାଲି ଯିବା ଆସିବା କରିପାରିବେ l ଏହି ଘରଗୁଡ଼ିକ କେରଳର ପୁରୁଣା କାଳିଆ ଘର ମଧ୍ୟରେ ଆଧୁନିକତା ନିର୍ମାଣର ନୂଆ ଛବି l ଦେଖିଲେ ଲାଗିବ ଆମେ ଇଉରୋପକୁ ଆସିଯାଇଛୁ l କେରଳ ଟ୍ୟୁରିଜିମ ମନ୍ତ୍ରୀ ଯେତେବେଳେ ଏହାକୁ ଉଦ୍ଘାଟନ କଲେ ଏହା ସୋସିଆଲ ମିଡିଆରେ ଭାଇରଲ ହେଇଗଲା l

କେରଳରେ କୋଚିକୋଡ଼ି ଜିଲ୍ଲାରେ ବଡକରା ପାଖରେ କାରକଡ଼ ଗାଁରେ ତିଆରି କରାଯାଇଥିଲା ଏହି ପାର୍କ ଓ ଏହି ପାର୍କର ନାଁ ଭାଗବଣ୍ଟାନନ୍ଦ ପାର୍କ l  ଏହାକୁ କେରଳର ପର୍ଯ୍ୟଣ୍ଟନ ମନ୍ତ୍ରୀ ଏହାକୁ ଉଦଘାଟନ କଲାପରେ ଏହା ସୋସିଆଲ ମିଡିଆରେ ଭାଇରଲ ହେଲା ଓ ଏହାକୁ ଇଉରୋପ ଦେଶର ରାସ୍ତା ସାଙ୍ଗେ ତୁଳନା କରାଯାଇଥିଲା l

ଏହି ପାର୍କରେ ପକ୍କା ରାସ୍ତା , ଇଉରୋପ ଡିଜାଇନ ଲାଇଟ , ଆଧୁନିକ ଘର , ଓପନ ଜିମ ,ଓପନ ବ୍ୟାଡ଼ମିନଟନ କୋର୍ଟ ,ଓପନ ଷ୍ଟେଜ ,ଚିଲଡ୍ରେନ ପାର୍କ ତିଆରିକର ଯାଇଛି l  ଏହିହିଁ  ପାର୍କକୁ ଏପରି ଭାବେ ତିଆରି କରାଯାଇଛି  ଯେଉଁଠି ଦିବ୍ୟାଙ୍ଗଙ୍କ ପାଇଁ ଶୌଚାଳୟ ଓ ରାସ୍ତାରେ ଟାକଟିକାଲ ଟାଇଲ ଵିଚାଯାଇଛି ଯାହାଦ୍ୱାରା ଜଣେ ଅନ୍ଧ ବ୍ୟକ୍ତି ରାସ୍ତାର ପୁରା ମଜା ନେଇପାରିବ l

କେରଳର ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ଏହି ପାର୍କ ଦ୍ୱାରା ଗାଁ ଲୋକମାନେ ଉପକୃତ ହେବେ ଓ ତାଙ୍କ ଜୀବନ ଶୈଳୀରେ ପରିବର୍ତନ ଆସିବା l ଏହି ପାର୍କଟି ତିଆରୀ କରିବା ପାଇଁ ସ୍ତାନିଅ ଲୋକମାନେ ବହୁତ ସହଯୋଗ କରିଥିଲେ l ଏହି ପାର୍କକୁ ଦେଖିବା ପାଇଁ ଦେଶ ବିଦେଶରୁ ଲୋକ ଦେଖିବାକୁ ଆସିବେ ଓ ଏହା ଦ୍ୱାରା ଲୋକମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହେବ l ପାର୍କ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ତାନିଅ ଯୋଗଦାନ ଅତୁଳନୀୟ ଅଟେ ଓ ଏହାକୁ ସୌନ୍ଦର୍ଯ୍ୟ କରି ତିଆରି କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ୟ ନିଆଯାଇଥିଲା l

ଏହି ପାର୍କର ନାଁ ସ୍ତାନିଅ ସାମାଜିକ କାର୍ଯ୍ୟକର୍ତାଙ୍କ ନାମରେ ନାମିତ କରାଯାଇଥିଲା l ଏହି ପାର୍କକୁ ତିଆରି କରିବା ପାଇଁ ୨.୮୦ କାରୋଡ଼ ଟଙ୍କା ଖର୍ଚ ହେଇଚି l

Nalco
Leave A Reply