Odisha news

ହୃଦୟ ବିଦାରକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଟ୍ରକ ଚାପାରେ ପାଞ୍ଚ ଜଣଙ୍କ ଶୋଚନୀୟ ମୃତ୍ୟୁ , ଘଟଣା ସ୍ଥଳରେ ମନ୍ତ୍ରୀ

0

ପରଜଙ୍ଗ — ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ,କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପଶି ଗ୍ରାମ ନିକଟରେ ୫୩ ନମ୍ବର ଜାତୀୟ ରାଜପଥ ଉପରେ ରବିବାର ଭୋର ସମୟରେ ଏକ ହୃଦୟ ବିଦାରକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ସଂଗୃହୀତ ଖବର ଅନୁଯାୟୀ କାମାକ୍ଷାନଗର ବାଉଁସପାଳ ପଞ୍ଚାୟତ ବାଙ୍ଗୁରା ଗ୍ରାମର ଅଙ୍କୁର ସାମଲ , କାଳିଆ ସାମଲ( ୧୩ବର୍ଷୀୟ ବାଳକ) ,ଆଦିକନ୍ଦ ସାମଲ , ପହଲି ସାମଲ ଓ ଅନନ୍ତ ସାମଲ ପାଞ୍ଚ ଜଣ ମିଶି ଓଡି ୦୬ଏଫ ୯୫୯୦ ନମ୍ବର ଏକ ଅଟୋରେ ବସି ମୁକ୍ତାପଶି ଗ୍ରାମକୁ ମହୁଲ ଟୋଲ ପେଡେଇବା ପାଇଁ ଆସୁଥିବା ବାଟରେ ଏମାନେ ସମସ୍ତେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଥିଲେ ।ତାଳଚେର ଅଞ୍ଚଳରୁ କୋଇଲା ବୋଝେଇ ଟ୍ରକ ଓଡ଼ି ୦୫ ଏଚ ୦୮୨୫ କାମାକ୍ଷା ଭୁବନ ଦିଗକୁ ଯାଉଥିବା ବେଳେ ମୁକ୍ତାପଶି ଗ୍ରାମ ନିକଟ ତଥା ପଥରଖୁମ୍ବ ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଅଟୋକୁ ସାମ୍ନାରେ ଧକ୍କା ଦେଇଥିଲା ।ଫଳରେ ଅଟୋରେ ବସିଥିବା ପାଞ୍ଚ ଜଣଯାକ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା ।ହୃଦୟ ବିଦାରକ ଘଟଣା ନିମିଷକ ମଧ୍ୟରେ ପ୍ରସାରିତ ହେବାରୁ ଘଟଣା ସ୍ଥଳ ଲୋକାରଣ୍ୟ ଦେଖିବାକୁ ମିଳିଥିଲା ।

କିନ୍ତୁ ସେତେ ବେଳକୁ ଟ୍ରକ ଚାଳକ ଓ ହେଲପର ଗାଡିରୁ ଚମ୍ପଟ୍ ମାରିସାରିଥିଲେ ।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣା ଉପରେ ତନାଘନ ଜାରି ରଖିଥିବା ବେଳେ ଏହି ସମୟରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶୋକାକୁଳ ପରିବେଶ ମଧ୍ୟରେ ପହଞ୍ଚି ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ଓ ଜିଲ୍ଲା ରେଡକ୍ରସ ତରଫରୁ ପଚିଶି ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରକାଶ କରିଥିଲେ । ଅନ୍ୟ ଦିଗରେ ୫୩ ନମ୍ବର ଜାତୀୟ ରାଜପଥ ପୂର୍ଣ୍ଣାଙ୍ଗ ପରେ କେତେ ନିରୀହ ଜୀବନ ହାନୀ ଘଟିବ ତାହା କହିବା ମୁସ୍କିଲ ।କାରଣ ରାସ୍ତା ଚାଲୁଥିବା ସମୟରେ ଆରମ୍ଭ ହୋଇଗଲାଣି ଦୁର୍ଘଟଣା ,ପାଞ୍ଚ ଜଣ ନିରିହ ଜୀବନ ଯାଇଛି ,ଏହା ପୂର୍ବରୁ ଏହି ରାସ୍ତାରେ ଗାଈ ଗୋରୁ ମାନଙ୍କ ଜୀବନ ଗଲାଣି ,ଆଗକୁ ଆହୁରି ଲମ୍ବା ସମୟ ବାକି ରହିଛି ।ଗାଡ଼ି ଚାଳକଙ୍କା ବେପରୁଆ ଯୋଗୁଁ ଏପରି ଦୁର୍ଘଟଣା ଘଟୁଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି ।ଆଜିର ଏହି ଘଟଣା ଘଟିବା ମାତ୍ରେ ଉତ୍ୟକ୍ତ ଲୋକ ମାନେ ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଯାନବାହାନ ଯାତାୟତ ସମ୍ପୂର୍ଣ୍ଣ ଠପ୍ କରିଦେଇଥିଲେ ।

Nalco
Leave A Reply