Odisha news

ନିଜ ବଗିଚା ରେ ଲଗାନ୍ତୁ ଗଙ୍ଗଶିଉଳି ର ଗୋଟିଏ ବୃକ୍ଷ : ସର୍ବଦା ମିଳିବ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ, ଦୀର୍ଘାୟୁ ହେବା ସହ ରହିବେ ଚିର ଯୌବନ

0
ବାସ୍ତୁ ଶାସ୍ତ୍ରରେ ଗଙ୍ଗଶିଉଳି ଗଛ ର ଖୁବ୍ ମହତ୍ତ୍ଵ ରହିଛି । ଗଙ୍ଗଶିଉଳି କୁ ପାରିଜାତ ମଧ୍ୟ କୁହାଯାଏ । ମାନ୍ୟତା ରହିଛି ଯେ ଯେଉଁ ଘରେ ଗଙ୍ଗଶିଉଳି ଅର୍ଥାତ୍ ପାରିଜାତ ଗଛ ଲଗାଯାଇଥାଏ ସେହି ଘରେ ସାକ୍ଷାତ ମାତା ଲକ୍ଷ୍ମୀ ବାସ କରି ଥାଆନ୍ତି । ଯେତେବେଳେ ଘର ତିଆରି ହୋଇଥାଏ ତାର ବାସ୍ତୁ ଦୋଷ କୁ ଧ୍ୟାନ ନ ଦେଲେ ଘରେ ନାନାଦି ଅସୁବିଧା ଦେଖା ଦେଇଥାଏ । ତେବେ ଏପରି ସ୍ଥିତି ରେ ଘର ଅଗଣାରେ ଗୋଟିଏ ଗଙ୍ଗଶିଉଳି ଗଛ ଲଗାନ୍ତୁ । କୁହାଯାଏ ଯେ ଏହି ଗଛ ଘରର ବାସ୍ତୁ ଦୋଷ କୁ ଦୁର କରିବାରେ ସାହାଯ୍ୟ କରିଥାଏ ।
* ଗଙ୍ଗଶିଉଳି ଫୁଲ ମା ଲକ୍ଷ୍ମୀ ଙ୍କ ର ଖୁବ୍ ପ୍ରିୟ ଅଟେ । ମାତା ଲକ୍ଷ୍ମୀ ଏହି ଧଳା ଫୁଲ କୁ ଖୁବ୍ ଶ୍ରଦ୍ଧା କରି ଥାଆନ୍ତି । କୁହାଯାଏ ଯେ ଏହି ଫୁଲକୁ ଲକ୍ଷ୍ମୀଙ୍କୁ ଅର୍ପଣ କରିବା ଦ୍ୱାରା ଆର୍ଥିକ ଅନାଟନ ଦୁର ହୋଇଥାଏ ।
* ପୌରାଣିକ ମାନ୍ୟତା ଅନୁସାରେ ଗଙ୍ଗଶିଉଳି ଗଛର ଉତ୍ପତ୍ତି ସମୁଦ୍ର ମନ୍ଥନ ସମୟ ରେ ହୋଇଥିଲା ଓ ଏହାପରେ ଇନ୍ଦ୍ର ଏହି ବୃକ୍ଷ କୁ ସ୍ବର୍ଗ ରେ ନେଇ ଲଗାଇ ଥିଲେ ।
* ଶାସ୍ତ୍ର ରେ କୁହାଯାଇଛି ଯେ ଗଙ୍ଗଶିଉଳି ଗଛ ଲଗାଇଲେ ଦୀର୍ଘାୟୁ ହେବା ସହିତ ଚିର ଯୌବନ ପ୍ରାପ୍ତ ହୋଇଥାଏ ।
* ପୌରାଣିକ କଥାରେ ଉଲ୍ଲେଖ ରହିଛି ଯେ ଭଗବାନ୍ ଶ୍ରୀକୃଷ୍ଣ ଏହି ଗଛକୁ ତାଙ୍କ ପତ୍ନୀ ରୁକ୍ମିଣୀ କୁ ଭେଟି ଦେଇ ଥିଲେ । ଯେଉଁ କାରଣରୁ ରୁକ୍ମିଣୀ ଚିର ଯୌବନ ପ୍ରାପ୍ତ କରିଥିଲେ ।
* ଘରେ ଯଦି କଳହ ଲାଗି ରହିଛି ଓ ମାନସିକ ଚିନ୍ତା ଦେଖା ଦେଉଛି ତେବେ ଏହି ବୃକ୍ଷ ଦ୍ଵାରା ଦୁର ହୋଇଥାଏ ।
* ପ୍ରତିଦିନ ଗଙ୍ଗଶିଉଳି ଗଛ ନିକଟରେ ଦୁଗ୍ଧ ଓ ମହୁ ଭୋଗ ଲଗାଇଲେ ସମ୍ପର୍କ ରେ ମଧୁରତା ଆସିଥାଏ ।
* ମାନ୍ୟତା ରହିଛି ଯେ ଘରର ମୁଖ୍ୟ ଫାଟକ ଆଗରେ ଗଙ୍ଗଶିଉଳି ଲଗାଇଲେ ନକାରାତ୍ମକ ଶକ୍ତି ଠାରୁ ଘରର ପ୍ରତ୍ୟେକ ସଦସ୍ୟ ଦୂରେଇ ରହି ଥାଆନ୍ତି ।
Leave A Reply

Your email address will not be published.