ସମୁଦ୍ର ମନଟନ୍ରୁ ସମୟରେ ଯେଉଁ ୧୪ ଟି ରତ୍ନ ବାହାରି ଥିଲା, ସେଥିରୁ ଗୋଟିଏ ହେଉଛି ପାରିଜାତ ବୃକ୍ଷ ଅଟେ l ଏହି ବୃକ୍ଷ କୁ ଦେବରାଜ ଇନ୍ଦ୍ର ଙ୍କ ଦ୍ୱାରା ସ୍ୱର୍ଗ ରେ ସ୍ଥାପିତ କରାଯାଇ ଥିଲା l ପାରିଜାତ ପୁଷ୍ପ ମାତା ଲକ୍ଷ୍ମୀଙ୍କର ଖୁବ ପ୍ରିୟ ଅଟେ l କାହିଁକି ନା ମାତା ଲକ୍ଷ୍ମୀଙ୍କ ଅବତରଣ ମଧ୍ୟ ସମୁଦ୍ର ମନ୍ଥନ ରୁ ହୋଇଥିଲା l ପାରିଜାତ ର ବୃକ୍ଷ ପୃଥିବୀ ଉପରେ ଗୋଟିଏ ବରଦାନ ଆଜି ମଧ୍ୟ ରହିଛି l ଶାସ୍ତ୍ର ଅନୁସାରେ ମଧ୍ୟ ଘରେ ପାରିଜାତ ଗଛ ରଖିବା ଖୁବ ଶୁଭ ହୋଇଥାଏ l ପାରିଜାତ ର ଅନ୍ୟନାମ ଗଙ୍ଗା ଶିଉଳୀ ଅଟେ l ଏହି ଗଛର ଫୁଲ ରାତିରେ ଫୁଟି ସକାଳେ ଝଡି ପଡିଥାଏ l
* ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଘରେ ଗଙ୍ଗଶିଉଳୀ ଗଛ ରଖିବା ଖୁବ ଶୁଭ ହୋଇଥାଏ l ଏହି ଗଛର ଫୁଲ ମନକୁ ଶାନ୍ତ ରଖିଥାଏ ଓ ଚିନ୍ତା ମୁକ୍ତ କରିଥାଏ l ଜୀବନ ରେ ସକାରାତ୍ମକ ଭାବନା ଆଣି ଜୀବନ କୁ ସୁଖମୟ କରିଥାଏ l
* ଯେଉଁ ଘରେ ପାରିଜାତ ବା ଗଙ୍ଗଶିଉଳି ବୃକ୍ଷ ରହିଥାଏ ସେଠାରେ ସ୍ୱୟଂ ମଲକ୍ଷ୍ମୀ ଙ୍କ ବାସ ହୋଇଥାଏ l ଏହି ଘରେ କଦାପି ଦୁଃଖ ଦୁର୍ଦଶା ଦେଖିବାକୁ ମିଳି ନଥାଏ l ଏହାଛଡା ଏହି ଗଛର ଫୁଲ ର ସୁଗନ୍ଧ ଜୀବନ କୁ ଆନନ୍ଦ ମୟ କରିଥାଏ l
* କୁହାଯାଏ ଯେ ଗଙ୍ଗଶିଉଳୀ କୁ ବୃକ୍ଷକୁ ଠିକ ଦିଗରେ ଲଗାଇବା ଦ୍ୱାରା ଗୃହ ସଦସ୍ୟ ଙ୍କ ଅଟି ବୃଦ୍ଧି ହୋଇଥାଏ l ଏଭଳି ଘରେ ରୋଗ ବୈରାଗ ଦେଖିବାକୁ ମିଳି ନଥାଏ l ଗୃହ ମୁଖ୍ୟ ଙ୍କ ଉତ୍ତରତୋର ଉନ୍ନତି ହୋଇଥାଏ l
* ଗଙ୍ଗଶିଉଳି ଗଛ ଲଗାଇବାର ଉଚିତ ଦିଗ ହେଉଛି ପଶ୍ଚିମ କିମ୍ବା ଉତ୍ତର – ପଶ୍ଚିମ ଦିଗ ଅଟେ l ଏହି ଦିଗରେ ପାରିଜାତ ବା ଗଙ୍ଗଶିଉଳି ଗଛ ଲଗାଇବା ଦ୍ୱାରା ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ l କଦାପି ଏହି ଗଛକୁ ଦକ୍ଷିଣ ଦିଗରେ ଲଗାଇବେ ନାହିଁ, କାରଣ ମୃତ୍ୟୁର ଦେବତା ଯମ ଦେବ ଏହି ଦିଗ ଦେଇ ଯାତ୍ରା କରି ଥାଆନ୍ତି l