Odisha news

ପାରଳାଖେମୁଣ୍ଡି : ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ଗ୍ରାମକୁ ଜିଲ୍ଲା ପ୍ରଶାସନ କଣ୍ଟେନ ମେଣ୍ଟ ଯୋନ ଭାବେ ଘୋଷଣା କଲେ ପ୍ରଶାସନ

0

ପାରଳାଖେମୁଣ୍ଡି:୪/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ଗ୍ରାମକୁ କଣ୍ଟେନମେଣ୍ଟ ଯୋନ ଭାବରେ ଘୋଷଣା କରିଛି ପ୍ରଶାସନ,  ପିଣ୍ଡିକି ଗ୍ରାମର ଓଡିଆ ସାହିରେ ଦୁଇ ପଜଟିଭ ଚିହ୍ନଟ ପରେ ସଙ୍କ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ପ୍ରକାରେ ଏକ ସପ୍ତାହ ପାଇଁ କଣ୍ଟେନମେଣ୍ଟ ଯୋନ ଘୋଷଣା କରିଛି ପ୍ରଶାସନ। 124 ପରିବାର ବିଶିଷ୍ଟ ଅଞ୍ଚଳରେ ସଙ୍କ୍ରମିତ ଆଶଙ୍କା ରହିଥିବା ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଉକ୍ତ ଅଞ୍ଚଳରେ ଗମନାଗମନ ଉପରେ କଟକଣା ଜାରି କରାଯାଇଛି।  ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇ ତଦାରଖ ପାଇଁ ବିଭିନ୍ନ ଅଧିକାରିଙ୍କୁ ଦ୍ବାୟୀତ୍ବ ନ୍ୟସ୍ତ କରାଯାଇଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ।

Nalco
Leave A Reply