ପାରଳାଖେମୁଣ୍ଡି୩୧/୮ (ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ପୌର ପରିଷଦ ପକ୍ଷରୁ ହସ୍ତାନ୍ତର କରାଯାଇଥିବା ମୁଖ୍ୟ ରାସ୍ତା ତଥା ଫରେଷ୍ଟ ଗେଟ୍ ଛକ ଠାରୁ ରାଣୀ ପେଣ୍ଠ ଛକ ଏହି ଗୋଲେଇ ରାସ୍ତା ଓଶାରିଆ କରିବା ପାଇଁ ଓଡ଼ିଶା ସରକାର ଙ୍କ ତରଫରୁ ଅଟକଳ ମୁଲ୍ୟ ଆନୁମାନିକ ୩୫କୋଟି ରୁ ୪୦କୋଟି ହୋଇଥିବା ଆକଳନ କରାଯାଉଛି। ଏହି ରାସ୍ତା ଦୁଇ ଜଣ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରେରଣ କରିଥିଲେ ବି ଏମ ସି, ଏବଂ ଏ ଆର ଏସ ଏସ ଏହି ଦୁଇ କମ୍ପାନୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ରାସ୍ତା ଓସାରିଆ ଏବଂ ନର୍ଦ୍ଦମା ଗୁଡିକ ଘୁଞ୍ଚାଇବାକୁ ଓ ଯେଉଁ ବ୍ୟକ୍ତି ବିଶେଷଙ୍କ ଘର ଆବଶ୍ୟକ ସ୍ଥଳେ ଘର ଭାଙ୍ଗି କ୍ଷତି ପୂରଣ ପ୍ରଦାନ କରାଯାଇଥିଲା।ଓ ରାସ୍ତା ଉପରେ ଲାଇଟ୍ ଖୁଣ୍ଟ ବଦଳାଇବା ସହିତ ମାଟି ତଳେ ପାଇପ ଲାଇନ ବଦଳାଇବା ସକାସେ ସରକାର ଙ୍କ ପକ୍ଷରୁ ଅନୁଦାନ ଆସି ଟେଣ୍ଡର ପ୍ରକ୍ରିୟା ଦ୍ଵାରା କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି ସମସ୍ତ ବିଷୟବସ୍ତୁ ଅନୁଧ୍ୟାନ କରିବାକୁ ଗଲେ ଏଠାରେ ଦୁଇ କଷ୍ଟ୍ରକସନ କମ୍ପାନୀ, ଜନସ୍ବାସ୍ଥ୍ୟ ବିଭାଗ, ପୂର୍ତ୍ତବିଭାଗ,ଗ୍ରୀଡକୋ ବିଭାଗ ,ରେଭେନିଉ, ଏମାନଙ୍କ ମିଳିତ ଉଦ୍ୟମରେ ଏହି କୋଟି କୋଟି ଟଙ୍କା ସରକାରଙ୍କ ଫସରଫାଟିଛି।
ରେଭେନିଉ ବିଭାଗ ମାର୍କିଂ ରେ ରାସ୍ତା ଓସାରିଆ ମାପିବା ରେ ଦୁର୍ନୀତି ଯାହା କି ପୂର୍ବାଅବସ୍ତା ଠାରୁ କମିଜାଇଥିବା ଅନୁଭବ କରାଯାଇଛି। ଜନସ୍ବାସ୍ଥ୍ୟ ବିଭାଗ ଠିକାଦାର ରାତାରାତି ନର୍ଦ୍ଦମା ଭିତରେ ବଡ଼ ବଡ଼ ପାଇପ୍ ବିଛାଇ ଦେଇ ସମସ୍ତ ନର୍ଦ୍ଦମା ପୋତି ଦେଲେ ଯାହା ଫଳରେ ଆଜି ପର୍ଯ୍ୟନ୍ତ ସେ ନର୍ଦ୍ଦମା ଖନନ ହେବା ସମ୍ଭାବନା ହୋଇ ପାରୁନାହିଁ। ବର୍ତମାନ ରାସ୍ତା ଉପରେ ବସ ଗାଡି ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛନ୍ତି। ସମସ୍ତ ଦୋକାନବଜାର ରାସ୍ତା ଉପରକୁ ନେଇସାରିଥିବା ବେଳେ ରାସ୍ତା ସଂପୂର୍ଣ୍ଣ ରୁପେ ଜାମ ହୋଇ ଜାଇଛି। ସମସ୍ତ ଲୋକଙ୍କ ଗାଡ଼ି ମଟର ଦୋକାନ ସମ୍ମୁଖରେ ରଖୁଛନ୍ତି। ନିକଟରେ ପାର୍କିଂ ସ୍ତଳି ଥିବା ବେଳେ କୌଣସି ଲୋକ ପାର୍କିଂ ସ୍ତଳି ରେ ଗାଡ଼ି ନ ରଖି ରାସ୍ତା ଅବରୋଧ କରି ରଖିଥିଲେ ଏଠାରେ ଟ୍ରାଫିକ ପୁଲିସ ନିଷ୍କ୍ରିୟ ଥିବା ଯୋଗୁଁ ଲୋକଙ୍କ ଅନିୟମିତତା ବଢ଼ିବାରେ ଲାଗିଛି। ଏଠାରେ ପୌର ପରିଷଦ ମୁଖ୍ୟ ରାସ୍ତା କୁ ପୂର୍ତ୍ତବିଭାଗ ହସ୍ତାନ୍ତର କରାଯାଇଥିବା ଯୋଗୁଁ ନାଁ ପୌର ପରିଷଦ ଦାଇତ୍ୱ ନେଉଛି ନାଁ ପୂର୍ତ୍ତବିଭାଗ ଦାଇତ୍ୱ ନେଉଛି। ଲୋକଙ୍କ ପାଇଁ କୋୖଣସି। କ୍ଷେତ୍ରରେ ସୁଫଳ ମିଳୁନାହିଁ। । ସେସରେ ପୂର୍ତ୍ତବିଭାଗ ରାସ୍ତା କାର୍ଯ୍ୟ ଯାହା କରିଥିଲେ ସେହି ସମୟରେ ପଚାରିଲେ କାର୍ଯ୍ୟ ନିମ୍ନମାନର ଅଭିଯୋଗ କରିଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ତାହା ସବୁ ଠାରୁ ଉନ୍ନତମିନର କାର୍ଯ୍ୟ ବାଲି, ସିମେଣ୍ଟ, ଗୋଡ଼ି ପ୍ରୀମିକ୍ସ, ବହୁତ ଭଲ କାମ ଏହା ଗୋଟିଏ କମ୍ପାନୀକୁ କାମ କରିବାକୁ ଦିଆଯାଇଛି । ଆପଣ ମାନେ ସେ ବିଷୟରେ ଜାଣିବା ଆବଶ୍ୟକ ରହିଛି ବୋଲି ବୁଝାଉଥିଲେ। ଯାହା ର ପରିଣାମ ଆଜି ସେ ବିଭାଗରେ ସେ କର୍ମଚାରୀ ନାହାନ୍ତି। ସେ କଷ୍ଟ୍ରକସନ କମ୍ପାନୀ ନାହିଁ। ଏଠାରେ ପାରଳା ଜନସାଧାଣ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। ଭଲଭାବରେ ରାସ୍ତା ନାଁ ନର୍ଦ୍ଦମା ନାଁ କରେଣ୍ଟ ଖୁଣ୍ଟ ବଦଳାଇବା ନାଁ ଜନସ୍ବାସ୍ଥ୍ୟ ବିଭାଗ ର ପାଇପ୍ ବିଛାଇଥିବା ସମସ୍ତ ବିଷୟବସ୍ତୁ ଅନୁଧ୍ୟାନ କରିବାକୁ ଗଲେ ଏଠାରେ ସମସ୍ତଙ୍କ ମିଶ୍ରଣରେ ମହା ଦୁର୍ନୀତି ହେଉଥିବା ଦେଖିବାକୁ ମିଳିଛି। ଯେଉଁ ପୂର୍ତ୍ତବିଭାଗ ରାସ୍ତା ତାଙ୍କର ନିଜ କାର୍ଯ୍ୟାଳୟ ଏବଂ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳ୍ପ ବର୍ଷା ହେଲେ ଏକ ପୋଖରୀ ଭଳିଆ ପାଣି ସୁଅ ଛୁଟୁଛି। ସେହି ପରି ରାଣିପେଣ୍ଠ ରାସ୍ତା ରେ ଗୁମ୍ମା ଗଡା ନିକଟରେ ସେ ଅବସ୍ତା। ଦେଖିବାକୁ ଗଲେ ସହରରେ ସମସ୍ତ ସ୍ଥାନରେ ରାସ୍ତା ଉପରେ ଆଣ୍ଠେ ଉଚ୍ଚରେ ପାଣି। ତେଣୁ ଏହି ସମସ୍ତ ବିଷୟବସ୍ତୁ କୁ ଦେଖି ପାରଳା ସହରର ବିଷୟରେ କିଛି ଦିନ ପୂର୍ବରୁ ବର୍ତମାନ ର ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ସହିତ ଆଲୋଚନା କରାଯାଇଥିବା ବେଳେ ସେ ଜଣାଇଥିଲେ ଯେ ଏହି କାର୍ଯ୍ୟକ୍ରମ କୁ ରି ସାଇନ୍ କରାଯାଇଛି ଏବଂ ନୁଆ ଏକ୍ସେନ ପ୍ଲାନ୍ ରେ କାର୍ଯ୍ୟ କରିବା ପାଇଁ କହିଥିଲେ। କିନ୍ତୁ ସରକାର ଙ୍କ ଅର୍ଥ ହରିଲୁଟ ହୋଇଥିବା ଠିକାଦାର ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ମଧୁଚନ୍ଧ୍ରିକା ଯୋଗୁଁ ଆଜି ପାରଳାଖେମୁଣ୍ଡି ସହରର ଲୋକେ ମୂଖ୍ୟ ରାସ୍ତା ଉପରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛନ୍ତି ତାହା ଉପରେ କୌଣସି ପ୍ରକାର ପଦକ୍ଷେପ କିମ୍ବା ଉଚସ୍ରରୀୟ ତଦନ୍ତ ଆବଶ୍ୟକ ରହିଛି ବୋଲି କହିଲେ ନାହିଁ।ଏହି ସମସ୍ତ ବିଷୟବସ୍ତୁ ବିଚାର କଲେ ବୁଦ୍ଧିଜୀବୀ ମହଲରେ ଅଭିଯୋଗ ଆଣିଛନ୍ତି ଯେ ଏଠାରେ ଆସିବା ଅର୍ଥ ବାଟମାରଣା କରିବା ପାଇଁ ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ଘନିଷ୍ଠତା ରହିଛି ବୋଲି ସହରରେ ବିଭିନ୍ନ ସ୍ଥାନରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।
