Odisha news

ଗଜପତି ଜିଲ୍ଲା ସୀମାନ୍ତ ଆନ୍ଧ୍ରରେ ବିଦ୍ୟୁତ ଆଘାତରେ ୪ ହାତୀଙ୍କ ମୃତ୍ୟୁ : ୨ହାତୀବର୍ତ୍ତିଲେ

0
ପାରଳାଖେମୁଣ୍ଡି:୧୨/୫ :  ଗଜପତି ଗତ କିଛି ବର୍ଷ ହେବ ଗଜପତି ଜିଲ୍ଲାର କାଶୀନଗର ବ୍ଲକ ର କାଶୀନଗର ସହ ଅନ୍ୟାନ୍ୟ ଅଞ୍ଚଳ ସମେତ ରାୟଗଡା ଜିଲ୍ଲାର ଗୁଣୁପୁର,ପଦ୍ମପୁର,ଗୁଡାରି ସମେତ ଆନ୍ଧ୍ର ପ୍ରଦେଶର ବନାଞ୍ଚଳରେ ୬ ଟିକିଆ ହାତୀପଲ ସୁରକ୍ଷିତ ଚଳପ୍ରଚଳ କରୁଥିବା ବେଳେ ଆଜି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ବାତ୍ତୀଲି.କାଟ୍ରଗଡ଼ ଅଞ୍ଚଳରେ ବିଦ୍ୟୁତ ଆଘାତରେ ୪ ଟି ହାତୀଙ୍କ ର ମୃତ୍ୟୁ ଘଟିଥିବା ଏଥିରୁ ଦୁଇଟି ହାତୀ ରକ୍ଷା ପାଇଯାଇଥିବ ଜଣାପଡିଛି । ଓଡ଼ିଶାରେ ଜଙ୍ଗଲ ବିଭାଗ ସହାୟତାରେ ହାତୀପଲ ସୁରକ୍ଷିତ ଚଳପ୍ରଚଳ କରୁଥିଲେ । ଗ୍ରାମବାସୀ ଓ ଜଙ୍ଗଲ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଦିନ ରାତି ଏକ କରି ହାତୀପଲ ଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ତେବେ ଗତ ଦୁଇ ମାସ ଧରି ଏହି ହାତୀପଲ ଆନ୍ଧ୍ରପ୍ରଦେଶ ଅଞ୍ଚଳ କୁ ଚାଲି ଯାଇଥିଲେ । ସେଠାରେ ଆଜି ସକାଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ତେବେ ଆନ୍ଧ୍ର ସରକାର ଓ ସ୍ଥାନୀୟ ପ୍ରଶାସନ ଏବଂ ବିଦ୍ୟୁତ ବିଭାଗ ର ଖାମଖିଆଲ ନୀତି ଯୋଗୁଁ ଏଭଳି ଅଘଟଣ ଘଟିଥିବା ଆଲୋଚନା ହେଉଛି । ତେଣୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜନସାଧାରଣ ରେ ଦାବୀ ହେଉଛି ।
Leave A Reply