Odisha news

ଚୋରାରେ ଚାଲାଣ ବେଳେ ମୋହନା ପୋଲିସ ଦ୍ଵାରା ୬୦୯କେଜି ୪ଶହ ଗ୍ରାମ ଗଞ୍ଜେଇ ସହ ପିକପ୍ ଗାଡ଼ି ଜବତ ଜଣେ ଅଟକ

0
ପାରଳାଖେମୁଣ୍ଡି:୨୯/୪ : ଗଜପତି ଜିଲ୍ଲା  ମୋହନା ଥାନା ଅଧିକାରୀ ଙ୍କ ନିର୍ଦେଶ କ୍ରମେ  ଥାନା ପୋଲିସ କର୍ମଚାରୀ ମାନେ ମୋହନା ବଡଗଡ଼ ରୋଡରେ ଯାଞ୍ଚ କରୁଥିବା ବେଳେ କେସରା ଛକରେ ଗୋଟିଏ ବୋଲେରୋ ପିକ-ଅପ ଗାଡିକୁ ଅଟକାଇ ତଦନ୍ତ କରିବାରୁ ସେଥିରେ ଚୋରା ଚାଲାଣ ହେଉଥିବା ୬୦୯କେଜି ୪୦୦ଗ୍ରାମ ଗଞ୍ଜେଇ ଯାଉଥିବା ଦେଖିବାକୁ ମିଳିଥିଲା।ସେହି ଗଞ୍ଜେଇ ସହ ପିକପ ଗାଡ଼ିଟିକୁ ଜବତ କରିବା ସହ ଚୋରା ଚାଲାଣ ଅଭିଯୋଗରେ ଫିରୋଜ ମଲ୍ଲିକ ନାମକ ଯୁବକକୁ ଅଟକ ରଖି ପଚରା ଉଚରା କରୁଥିବା ଜଣା ପଡ଼ିଛି ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ମୋହନା ଥାନାର କାର୍ଯ୍ୟ ଭାର ଗ୍ରହଣ କରିବା ଦିନ ଠାରୁ ଦୈନିକ କିଛି କିଛି ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଧରିବାରେ ସକ୍ଷମ ହୋଇଥିବା ଜଣାପଡିଛି।ମୋହନା ଥାନା ଅଧିକାରୀ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କ ବିରୋଧରେ କେସ ନମ୍ବର୫୬/୨୩ପ୍ରକାରେ ଏକମକଦ୍ଦମା ରୁଜୁ କରି ତଦନ୍ତ ଜାରିରଖିଛନ୍ତି।

Leave A Reply