Odisha news

ପାରାଦୀପରେ କରୋନାକୁ ନେଇ ସଚେତନ କଲା ଜଗନ୍ନାଥ ଟ୍ରକ ମାଲିକ ସଂଘ

0

ପାରାଦୀପର ପୁରାତନ ଜଗନ୍ନାଥ ଟ୍ରକ ମାଲିକ ସଂଘ ପକ୍ଷରୁ କରେନାକୁ ନେଇ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଛି । ଆଜି ସଂଘ ପକ୍ଷରୁ ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ ପୋଷ୍ଟର ଲଗାଇ ଲୋକମାନଙ୍କୁ ସଚେତନ କରାଯାଉଛି । ଥଣ୍ଡା, କାଶ ଓ କଫ ରୋଗୀମାନଙ୍କଠାରୁ ଦୂରେଇ ରହିବା ସହ ଏକାଧିକ ଥର ସମସ୍ତଙ୍କୁ ହାତ ଧୋଇବା ପାଇଁ ସଂଘ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି ।

ଏହାସହ ଆଜି ସଂଘ ପକ୍ଷରୁ ବହୁ ପରିମାଣରେ ମାସ୍କ ଅଠରବାଙ୍କୀ ଛକରେ ଲୋକମାନଙ୍କୁ ବଂଟା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ଚରଣ ମିଶ୍ର, ଥାନା ଇନ୍‌ସପେକ୍ଟର ରଜନୀକାନ୍ତ ସାମଲ, ସଂଘ ସଭାପତି ଛଇଳ ଚନ୍ଦ୍ର ଜେନା, ସଂପାଦକ ମନୋଜ କୁମାର ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ଉମାକାନ୍ତ ମିଶ୍ର, ଉପସଭାପତି ପ୍ରକାଶ କୁମାର ଜେନା, ସହ ସଂପାଦକ ସୁଧୀର କୁମାର ଜେନା ଏବଂ କୋଷାଧ୍ୟକ୍ଷ ସୁନାକର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଜଗନ୍ନାଥ ଟ୍ରକ୍ ମାଲିକ ସଂଘର ଏହିପରି କାର୍ଯ୍ୟକ୍ରମକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।

Leave A Reply