Odisha news

100 ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କଲା ପାରାଦୀପ୍ ବନ୍ଦର

0

ପାରାଦୀପ୍ – ପୁଣି 100 ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କଲା ପାରାଦୀପ୍ ବନ୍ଦର | ଆଜି ଏହି ସୂଚନା ଦେଇଛନ୍ତି ବନ୍ଦର ଅଧ୍ୟକ୍ଷ  ପିଏଲ୍ ହାରନାଦ | ଚଳିତବର୍ଷ ପଣ୍ୟ କାରବାରରେ ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର। ଗତବର୍ଷ ଶହେ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରିବା ପାଇଁ ୩୨୪ଦିନ ଲାଗିଥିବା ବେଳେ ଚଳିତବର୍ଷ ସେତିକି ପଣ୍ୟ କାରବାର ପାଇଁ ୨୮୨ଦିନ ଲାଗିଛି। ଯାହାକି  ୪୦ ଦିନ ପୂର୍ବରୁ ଶହେ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ଏହି ରେକର୍ଡ କରିଛି ପାରାଦୀପ ବନ୍ଦର। ପୂର୍ବରୁ ପଣ୍ୟ କାରବାର କ୍ଷେତ୍ରରେ ଶହେ ମିଲିୟନ୍ ମେଟ୍ରିକ ଟନ୍ ହୋଇଥିଲେ ମଧ୍ୟ ଚଳିତବର୍ଷ ର ରେକର୍ଡ ବହୁ ପୂର୍ବରୁ ପାରାଦୀପ ବନ୍ଦର କରି ପାରିଛି।  ତେବେ  ୨୦୨୨/୨୩ ବର୍ଷ ଶେଷ ସୁଦ୍ଧା ୧୩୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଲକ୍ଷ୍ୟ ରଖିଥିବା ବେଳେ ଏହି ରେକର୍ଡକୁ ନେଇ ବନ୍ଦରର ସମସ୍ତ ଅଧିକାରୀ,ସମସ୍ତ ଟିମ୍,କର୍ମଚାରୀ, ରପ୍ତାନୀ ଓ ଆମଦାନୀ କାରି,ଷ୍ଟିଭେଡୋର୍ସ, କଷ୍ଟମ, ରେଲୱେ ଓ ରାଜ୍ୟ ସରକାରଙ୍କ ସମେତ ସମସ୍ତଙ୍କୁ ପାରାଦୀପ ବନ୍ଦର ପକ୍ଷରୁ ଧନ୍ୟବାଦ ଦିଆଯାଇଛି।  ତେବେ ଚଳିତବର୍ଷ ପ୍ରଥମ ଥର ପାଇଁ ଗୁଜରାଟ, ରାଜସ୍ଥାନ, ହରିୟଣା ଓ ୟୁପି କୁ ଥର୍ମାଲ କୋଲ୍ ପରିବହନ ହେବା ସହିତ ବନ୍ଦରର ବର୍ଥ କୁ ୧୮ ମିଟର ଗଭୀର କରାଯାଇ ବନ୍ଦରରେ କେପ୍ ସାଇଜ଼ ଜାହାଜ ଲାଗିବା ପାଇଁ ମାର୍ଚ୍ଚ ରୁ ଆରମ୍ଭ ହେବ ଓ୍ବେଷ୍ଟର୍ଣ୍ଣ ଡକ୍ ପ୍ରୋଜେକ୍ଟ । ସବୁ ବିଭାଗରେ ଉନ୍ନତ ହେଉଛି ପାରାଦୀପ ବନ୍ଦର, ଚଳିତବର୍ଷ ଠାରୁ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ପାରାଦୀପ ବନ୍ଦର ବନ୍ଦର ପକ୍ଷରୁ କୌଣସି ଶୁଳ୍କ ବଢାଯିବ ନାହିଁ ବୋଲି ବନ୍ଦର ଅଧ୍ୟକ୍ଷ ପି.ଏଲ. ହାରନାଦ ପ୍ରକାଶ କରିଛନ୍ତି ।

Nalco
Leave A Reply