Odisha news

ଏନଆରଏଲ ପାଇଁ ବଢିଲା ଅଡୁଆ ଆନ୍ଦୋଳନ କୁ ଓହ୍ଲାଇବ ଇଉଥ ଭଏସ୍

0

ପାରାଦୀପ୍  – ପାରାଦୀପ୍ ସଣ୍ଡକୁଦ ରେ ନିର୍ମାଣ ହେବାକୁ ଯାଉଥିବା ଏନଆରଏଲ୍ କମ୍ପାନୀ କୁ ନେଇ 15 ଦିନ ହେବ ଆରମ୍ଭ ହେଇଚି ଧାରଣା ଧର୍ମଘଟ ଆଉ ବିକ୍ଷୋଭ  | ପାରାଦୀପ ର ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ବ୍ୟାନର ରେ କମ୍ପାନୀ କୁ ନିଜର ପରାକାଷ୍ଠା ଦେଖାଇବାକୁ ଯାଇ ଲୋକଙ୍କୁ ଧରି କମ୍ପାନୀ ପ୍ରବେଶ ପଥ ରେ ବସିବାରେ ଲାଗିଛନ୍ତି  | ସମସ୍ତଙ୍କର ଦାବି ବସ୍ତି ର ସୁରକ୍ଷା , ସ୍ତାନୀୟ ନିଯୁକ୍ତି ଓ ପ୍ରଦୂଷଣ , ସହିତ ମେଡିକାଲ , ଶିକ୍ଷା ଓ ପାନୀୟ ଜଳ ଯୋଗାଣ ପାଇଁ କମ୍ପାନୀ ବ୍ୟବସ୍ତା କରୁ  | ବିଧାୟକ ଙ୍କ ଗୋଷ୍ଠୀ , ପୌରପରିଷଦ ର ଅଧ୍ୟକ୍ଷ ଙ୍କ ଗୋଷ୍ଠୀ ଓ ବିଜେପି ରାଜରାସ୍ତାକୁ ଓହ୍ଲାଇ ସାରିଥିବା ବେଳେ ଉକ୍ତ କମ୍ପାନୀ କୁ ନେଇ ଏବେ ପରସ୍ପର ବଳ କଷାକଷି ଆରମ୍ଭ ହେଇ ଯାଇଚି  | ଆସନ୍ତା କାଲି ପାରାଦୀପ୍ ର କେତେକ କାଉନ୍ସିଲର ପୌରାଧ୍ୟକ୍ଷ ଙ୍କ ସହ ସଣ୍ଡକୁଦ ଅଞ୍ଚଳରେ ନିଜର ଶକ୍ତି ପ୍ରଦର୍ଶନ ପୂର୍ବକ ଏକ ଶୋଭାଯାତ୍ରା କରିବାକୁ ଥିବା ବେଳେ ଏବେ ଆଗକୁ ଆସୁଚି ପାରାଦୀପ୍ ଇଉଥ ଭଏସ ର ମହିଳା ସଂଗଠନ  | ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ରମେଶ ସାମନ୍ତରାୟ ଙ୍କ ଝିଅ ରୁପାଲି ସାମନ୍ତରାୟ ଙ୍କ ସଭାପତିତ୍ବରେ ଆଜି ବସ୍ତି ର ସମସ୍ୟା ଓ ସ୍ତାନୀୟ ନିଯୁକ୍ତି କୁ ଆୟୁଧ କରି ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସଂଘ ର ଦାବି ମାନିବାକୁ କମ୍ପାନୀ କୁ ଚରମ ଚେତାବନୀ ଦିଆଯାଇଛି  | ସ୍ତାନୀୟ ନିଯୁକ୍ତି କୁ ଗୁରୁତ୍ଵ ନଦେଲେ ସଂଘ ଏହାର ସ୍ଥାୟୀ ସଭାପତି ସତ୍ୟପ୍ରକାଶ ମହାନ୍ତି ଙ୍କ ସମେତ ପୁରୁଷ ଓ ମହିଳା ସଂଗଠନ ମିଶି କମ୍ପାନୀ ଆଗରେ ଆନ୍ଦୋଳନ ଆରମ୍ଭ କରିବେ ବୋଲି ପ୍ରକାଶ କରିଛନ୍ତି  | ଦଳଗତ ନିର୍ବିଶେଷରେ ଏହି ସଂଗଠନ ରେ ପାରାଦୀପ୍ , ସଣ୍ଡକୁଦ ଓ ବିଭିନ୍ନ ପଞ୍ଚାୟତ ର ଯୁବକ ଯୁବତୀ ମାନେ ଏହି ସଂଘ ରେ ଥିବାବେଳେ ଏହା ସମସ୍ତ ରାଜନୈତିକ ଦଳ ଅପେକ୍ଷା ବେଶ୍ ଭାରି ପଡିବ ବୋଲି କୁହାଯାଉଛି  |

Leave A Reply