ପାରାଦୀପ୍ – ବହୁ ପୁରାତନ ବନ୍ଦର ନଗରୀ ପାରାଦୀପ ର ବିଜୟଚନ୍ଦ୍ରପୁର୍ ଠାରେ ଅବସ୍ଥିତ ରାମଚଣ୍ଡୀ ମଠ ଟି ଏବେ ଜବରଦଖଲକାରୀଙ୍କ କବଜାରେ | ମଠ ର ଟ୍ରଷ୍ଟୀ ଏନେଇ ଥାନା ଓ ଅତିରିକ୍ତ ଜିଲ୍ଲାପାଳ ଙ୍କ ଲିଖିତ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ଯ ଶୁଣୁନାହାଁନ୍ତି କେହି | ଫଳରେ ମଠ ର ଟ୍ରଷ୍ଟୀ ତଥା ବାବା ଦାଶରଥି ଦାସ ଏବେ ଭୋକ ଉପବାସ ରେ ବୁଲୁଛନ୍ତି | ସୂଚନା ମୁତାବକ ଭୁବନେଶ୍ବର ଇଣ୍ଡୋମେଣ୍ଟ କମିସନର ଆଦେଶ ନମ୍ବର – 295 ତାରିଖ 12/01/2021 ରେ ମଠ ର ପୂର୍ବ ଅଧିଷ୍ଠିତ ବାବା ଦାଶରଥୀ ଦାସ ଙ୍କୁ ମଠ ର ଟ୍ରଷ୍ଟୀ ଭାବେ ନିଯୁକ୍ତି ମଠ ର ପରିଚାଳନା ନିମନ୍ତେ ଦେଇଛନ୍ତି | କିନ୍ତୁ କେତେଜଣ ଦୁର୍ବୁତ୍ତ ଏହି ମଠ କୁ କରାୟତ କରି ବାବା ଙ୍କୁ ତଡି ନିଜେ ମଠ କୁ ଦଖଲ କରି ସବୁ ଲୁଟ କରୁଥିବା ଓ ବାବାଙ୍କୁ ମାଡ ମାରି ମଠ ରୁ ତଡି ଦେଇଥିବା ବାବା ଥାନା ରେ ଗତ 17/03/2021 ରେ ଲିଖିତ ଅଭିଯୋଗ କରିଥିଲେ | ପରବର୍ତ୍ତୀ ଅବସ୍ତା ରେ ବାବାଙ୍କୁ ପୋଲିସ କେବଳ ଆଣି ମଠ ରେ ଛାଡିଦେଇ ଯାଇଥିବା ବେଳେ ମଠ ର ସୁରକ୍ଷା , ତାର କାଗଜ ପତ୍ର ବାବା ଙ୍କୁ ହସ୍ତାନ୍ତର କରିପାରିନଥିଲେ , କିମ୍ବା ଜବରଦଖଲକାରୀ ଙ୍କ କବଳ ରୁ ମଠ କି ମୁକ୍ତ କରିପାରିନଥିଲେ | ଏବେ ବି ଏହି ମଠ ର ସମ୍ପତ୍ତିବାଡ଼ି ଜବରଦଖଲକାରୀଙ୍କ କବଜାରେ | ମଠ ର ଦୋକାନ ଘର କୁ ସେମାନେ ଭଡା ଲଗାଇ ପଇସା ଖାଇବା , ମଠ ର ପୋଖରି ଓ ତୁଳସୀ ବାଡ଼ି କୁ ଅକ୍ତିଆର କରି ରଖିବା ସହ ମଠ ହୁଣ୍ଡି ରୁ ଆସୁଥିବା ଦାନଦକ୍ଷିଣା କୁ ଚଳୁ କରିବା ଅଭିଯୋଗ ହୋଇଛି | ବାବା ମଠ ର ଟ୍ରଷ୍ଟୀ ହୋଇ ମଧ୍ଯ କିଛି କରିପାରୁନଥିବା ଅଭିଯୋଗ କରିଛନ୍ତି | ବାବା ନିଜକୁ ଅସହାୟ ମନେକରି ପୁଣି ଗତ 21/08/2022 ରେ ସ୍ତାନୀୟ ପାରାଦୀପ୍ ଆଦର୍ଶ ଥାନା ରେ ଆଉ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଲକ୍ଷିତ ଅଭିଯୋଗ କରିଛନ୍ତି | ପ୍ରତିଦିନ ମଠ ର ନୀତିକାନ୍ତି ରେ ଘୋର ବିଭ୍ରାଟ ସୃଷ୍ଟି ହେଉଥିବା ଓ ନିଜେ ବାବା ଭୋକ ଉପାସରେ ହନ୍ତ ସନ୍ତ ହେଉଥିବା ବେଳେ ନିଜ ଜୀବନ କୁ ସୁରକ୍ଷିତ ମଣୁନାହାନ୍ତି | ତୁରନ୍ତ ସ୍ତାନୀୟ ପ୍ରଶାସନ ଏହି ସର୍ବ ପୁରାତନ ଧାର୍ମିକ ରାମଚଣ୍ଡୀ ମଠ ଟିକୁ ଜବରଦଖଲକାରୀ ଙ୍କ କବଜା ରୁ ମୁକ୍ତ କରି ବାବା ଦାଶରଥୀ ଦାସ ଙ୍କୁ ଦେବାକୁ ସେ ଦାବି କରିଛନ୍ତି |
