Odisha news

ଦୁଇ ଦିନିଆ ପାରାଦୀପ୍ ଗ୍ରସ୍ତରେ କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁର

0
ପାରାଦୀପ୍ – ପାରାଦୀପ୍ ବନ୍ଦର ନଗରୀ କୁ ଦୁଇ ଦିନିଆ ଗ୍ରସ୍ତ ରେ ଆସିଛନ୍ତି କେନ୍ଦ୍ର ରାଷ୍ଟ୍ର ବନ୍ଦର ଓ ଜାହାଜ ଚଳାଚଳ , ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର  | ମନ୍ତ୍ରୀ ଠାକୁର ଆଜି ପାରାଦୀପ୍ ନେହେରୁ ବଙ୍ଗଳା ଅଞ୍ଚଳ ପାଖରେ ଥିବା ଟ୍ରକ୍ ପାର୍କିଂ କୁ ଉଦଘାଟନ କରିବା ସହ ପାରାଦୀପ୍ ଯାତ୍ରା ପଡିଆ କୁହାଯାଉଥିବା ରାସ୍ତା କଡ ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି  |
ଆଜି ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ପାରାଦୀପ୍ ବନ୍ଦର ପ୍ରଶାସନ ଏକ ବର୍ଷ ରେ ଏକ ଲକ୍ଷ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା ସହ ପାଞ୍ଚବର୍ଷ ରେ ପାଞ୍ଚ ଲକ୍ଷ୍ୟ ବୃକ୍ଷ ରୋପଣ କରିବାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି  |
ସନ୍ଧ୍ୟା ରେ ସ୍ତାନୀୟ ଜୟଦେବ ସଦନ ପ୍ରାଙ୍ଗଣ ରେ ନେଚର କେୟାର ଇଣ୍ଟଟିଭି ଓ ପାରାଦୀପ୍ ବନ୍ଦର ପ୍ରଶାସନ ପକ୍ଷ୍ୟରୁ ଅୟୋଜିତ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଥିଲା  | ଏହି କାର୍ଯ୍ୟକ୍ରମ ରେ କିଭଳି ବିଗିଡି ଯାଉଥିବା ପରିବେଶ କୁ ସଜାଡି ରଖି ହେବ ସେନେଇ ବକ୍ତା ମାନେ ମତପ୍ରକାଶ କରିଥିଲେ  | ଏହି ସଭା ରେ ମନ୍ତ୍ରୀ ଠାକୁର ଙ୍କ ସହ ସଂସାଦ ସୁଜିତ୍ କୁମାର, ପଣ୍ଡିତ ମାତୃ ପ୍ରସାଦ ମିଶ୍ର , କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ର ବରିଷ୍ଠ ଅଧିକାରିଣୀ ପଦ୍ମା ମହାନ୍ତି, ଓ ରାଜ୍ୟ ପରିବେଶ ମନ୍ତ୍ରଣାଳୟ ର ଅଧିକାରୀ ମଧୁସୂଦନ ଦାସ ପ୍ରମୂଖ ଯୋଗ ଦେଇ ପରିବେଶ ସନ୍ତୁଳନ ଉପରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ  |
IEC 2 years
Leave A Reply