Odisha news

ପାରାଦୀପ୍ ବନ୍ଦର ଆଗରେ ଶ୍ରମିକ ମାନଙ୍କ ଧାରଣା

0

ପାରାଦୀପ୍ – ପାରାଦୀପ୍ ବନ୍ଦର ଆଗରେ ଧାରଣା ଦେଲେ ପାରାଦୀପ୍ ପୋର୍ଟ ଆଣ୍ଡ ଡକ ମଜଦୁର ଇଉନିୟନ୍ ର କର୍ମକର୍ତ୍ତା ଓ ସମର୍ଥକ  | ଇଉନିୟନ୍ ତରଫରୁ ଶ୍ରମିକ ମାନଙ୍କ ମେଡିକାଲ ଭତ୍ତା ଓ ଇଉଜେସ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଦାବି କରାଯାଇ ଷ୍ଟିଭଡୋର ଇଉନିୟନ୍ ଓ ବନ୍ଦର କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ପତ୍ର ଲେଖା ଗଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ପୂର୍ବରୁ ସଂଘ ପକ୍ଷରୁ ଅଭିଯୋଗ କରାଯାଇ ଥିଲା | ପ୍ରାୟ 200 ରୁ ଉର୍ଦ୍ଧ ଶ୍ରମିକ ଆଜି ଘର ନପାଇ ହଇରାଣ ହରକତ ହେଉଥିବା ଓ ଦୁର୍ଦିନ ରେ କାଳାତିପାତ କରୁଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି  | ଯଦି ଆଗାମୀ 25 ତାରିଖ ମଧ୍ୟରେ ଏସବୁର ସମାଧାନ ନହୁଏ ତେବେ ସଂଘ ବନ୍ଦର ପ୍ରସାଶନିକ ଭବନ ଆଗରେ ଆସନ୍ତା 26 ତାରିଖ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବ ବୋଲି ସଂଘ ମଧ୍ଯ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଥିଲେ | ଏହା ପରେ ମଧ୍ଯ କେହି ନ ଶୁଣିବାରୁ ଆଜି ଭୋର୍ ସକାଳୁ ପାରାଦୀପ୍ ବନ୍ଦର ପ୍ରସାଶନିକ ଭବନ ଆଗରେ ଧାରଣା ରେ ବସିଛନ୍ତି ସଂଘ ର କର୍ମକର୍ତ୍ତା ଓ ସମର୍ଥକ  |

Leave A Reply