Odisha news

ପାରାଦ୍ବୀପ କୁ ପୁନର୍ବାର ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଦାବି

0

ପାରାଦ୍ବୀପ –  ପାରାଦ୍ବୀପକୁ ପୁନର୍ବାର ଯାତ୍ରୀବାହୀ ଟ୍ରେନ୍ ଚାଲୁକରିବା ପାଇଁ ଆମ ପାରାଦ୍ବୀପ ଆମ ପ୍ରଗତି ପ୍ରତିଷ୍ଠାତା ବାପି ସର୍ଖେଲ ଆଜି  କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପାରାଦୀପ ଷ୍ଟେସନ ମାଷ୍ଟର ଙ୍କୁ ଦେଇଛନ୍ତି|  | ପାରାଦ୍ବୀପକୁ ପାଞ୍ଚଟି ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରୁଥିଲା | ମହାମାରୀ କରୋନା ସମୟରୁ ଚାରୋଟି ଯାତ୍ରୀବାହୀ ଟ୍ରେନ୍ ବନ୍ଦଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି | ବର୍ତ୍ତମାନ ତୈଳଦର ଆକଶଛୁଆଂ ରହିଥବା ବେଳେ ପ୍ରତିଦିନ ଜଣେ ଯାତ୍ରୀ ବସ୍ ଯୋଗେ କଟକ ଯିବା ଆସିବା ଲାଗି  ତିନି ଶହ ଟଙ୍କା ଖର୍ଚ କରିବାକୁ ପଡୁଛି | ମହାମାରୀ  କରୋନା ପାଇଁ ସମସ୍ତ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ସେତେଟା ଭଲ ନଥିବା ବେଳେ ତିନି ଶହ ଟଙ୍କା କଷ୍ଟକର ହୋଇପଡୁଛି |  ଯେହେତୁ ପାରାଦ୍ବୀପ ଏକ ବ୍ରୁହତ ବନ୍ଦର  ପ୍ରତ୍ୟେକ ଦିନ ଶହ ଶହ ଛାତ୍ରଛାତ୍ରୀ ,ବେକାରୀ ଯୁବକ,ସରକାରୀ ବେସରକାରୀ କର୍ମଚାରୀ,ବ୍ୟବସାୟୀ ଓ ପାରାଦ୍ବୀପ ପରିଦର୍ଶନ ନିମନ୍ତେ ପାରାଦ୍ବୀପକୁ ଆସୁଥିବାରୁ ବହୁ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି | ତେଣୁ ବନ୍ଦ ରହିଥିବା ଚାରୋଟ୍ ଯାତ୍ରୀବାହୀ ଟ୍ରେନ୍ କୁ ଯାଥାଶିଘ୍ର ଚାଲୁକରିବା ପାଇଁ ଆମ ପାରାଦ୍ବୀପ ଆମ ପ୍ରଗତି ପ୍ରତିଷ୍ଠାତା ବାପି ସର୍ଖେଲଙ୍କ ସହିତ ପାରାଦ୍ବୀର ପୈରାଞ୍ଚଳ ଉପାଦକ୍ଷା ଛବିଲତା ରାଉତ,  ସମାଜସେବୀ ଅନୁପ ସାହାଣୀ ଙ୍କ ସମେତ ଆମ ପାରାଦ୍ବୀପ ଆମ ପ୍ରଗତିର ସମସ୍ତ  ସଦସ୍ୟମାନେ ଦାବି କରିଛନ୍ତି |

Leave A Reply