Odisha news

ବୃହତ ବନ୍ଦର କ୍ରିକେଟ ପ୍ରତିଯୋଗିତା : ପାରାଦ୍ୱୀପ ବନ୍ଦର ଚାମ୍ପିୟନ

0

ଗତ  5 ଦିନ  ଧରି ପାରାଦ୍ୱୀପ ବନ୍ଦରର ଗୋପବନ୍ଧୁ  ଷ୍ଟାଡିଅମ ଠାରେ  ଆୟୋଜିତ 40 ତମ  ସର୍ବ  ଭାରତ ବୃହତ  ବନ୍ଦର କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି. ଉଦଯାପନୀ  ଦିନ ଆୟୋଜିତ ଫାଇନାଲ ମ୍ୟାଚରେ ପାରାଦ୍ୱୀପ ବନ୍ଦର  କୋଲକାତା ବନ୍ଦରକୁ ଭେଟିଥିଲା. ପ୍ରଥମେ ବ୍ୟାଟିଙ୍ଗ କରି ପାରାଦ୍ୱୀପ  ବନ୍ଦର ନିର୍ଦ୍ଧାରିତ 20 ଓଭରରେ  9 ଉଇକେଟ ହରାଇ 133 ରନ କରିଥିଲା.  134 ରନର ଲକ୍ଷକୁ  ପିଛାକରି କୋଲକାତା ବନ୍ଦର 20 ଓଭରରେ  7 ଉଇକେଟ ହରାଇ 125 ରନ କରି ପାରିଥିଲା.  ପାରାଦ୍ୱୀପ ବନ୍ଦର ଫାଇନାଲ ମ୍ୟାଚଟିକୁ 3 ଉଇକେଟରେ ଜିତି ପ୍ରଥମ ଥର ଚାମ୍ପିୟନ ହୋଇଛି. ଉଦଯାପନୀ  ସନ୍ଧ୍ୟାରେ ବନ୍ଦର ଅଧ୍ୟକ୍ଷ ଶ୍ରୀ ପି ଏଲ ହରନାଧ ମୁଖ୍ୟ ଅତଥି ଭାବେ  ଯୋଗଦାନ  କରି  ପ୍ରତିଯୋଗିତା ଟିକୁ ସଫଳତାର  ସହିତ  ଆୟୋଜନ  କରିଥିବାରୁ  ଗୋପବନ୍ଧୁ କ୍ରୀଡା ସଂସଦର  ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ  ଦେବା ସଂଗେ ସଂଗେ ଅନ୍ୟ ବନ୍ଦର ମାନଙ୍କରୁ ଆସିଥିବା ଖେଳାଳି  ମାନଙ୍କୁ ମଧ୍ୟ  ସେମାନଙ୍କର  ସହଯୋଗୀତା ପାଇଁ ଧନ୍ୟବାଦ  ଦେଇଥିଲେ. ମୁଖ୍ୟ ଅତିଥି  ବିଜୟୀ ପାରାଦ୍ୱୀପ ଦଳକୁ ଓ ରନର୍ସଅପ କୋଲକାତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ. ପୁରସ୍କାର ବିତରଣୀ  କାର୍ଯ୍ୟକ୍ରମରେ ବନ୍ଦର  ଉପାଧ୍ୟକ୍ଷ ଶ୍ରୀ ଏ କେ ବୋଷ, ଅର୍ଥ  ପରାମର୍ଶଦାତା ଡି ଏନ ସୋନ୍ଧି, ସଂସଦର  କାର୍ଯ୍ୟକାରୀ ସଭାପତି  ଡା. ଡି ପି ସେଠି, ବନ୍ଦରର ବିଭାଗ  ମୁଖ୍ୟ, ବରିଷ୍ଠ  ଅଧିକାରୀ  ଉପସ୍ଥିତ ଥିଲେ. କାର୍ଯ୍ୟକ୍ରମକୁ ସଂସଦର ସମ୍ପାଦକ  ଆର ଆର ବେଉରା ପରିଚାଳନା କରିଥିବା ବେଳେ କ୍ରୀଡା ପରାମର୍ଶଦାତା  ଶ୍ରୀ ରବି  ଦାସ ଧନ୍ୟବାଦ ଅର୍ପଣ କରିଥିଲେ.

IEC 2 years
Leave A Reply