Odisha news

ଶ୍ରମିକ ମାନଙ୍କ ହକ୍ ପାଇଁ ଲଢେଇ ଚେତାବନୀ

0
ପାରାଦୀପ୍ – ପାରାଦୀପ୍ ବନ୍ଦର ଆଗରେ ଧାରଣା ଦେବେ ପାରାଦୀପ୍ ପୋର୍ଟ ଆଣ୍ଡ ଡକ ମଜଦୁର ଇଉନିୟନ୍ ର କର୍ମକର୍ତ୍ତା ଓ ସମର୍ଥକ  | ଇଉନିୟନ୍ ତରଫରୁ ଶ୍ରମିକ ମାନଙ୍କ ମେଡିକାଲ ଭତ୍ତା ଓ ଇଉଜେସ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଦାବି କରାଯାଇ ଷ୍ଟିଭଡୋର ଇଉନିୟନ୍ ଓ ବନ୍ଦର କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ପତ୍ର ଲେଖା ଗଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି | ପ୍ରାୟ 200 ରୁ ଉର୍ଦ୍ଧ ଶ୍ରମିକ ଆଜି ଘର ନପାଇ ହଇରାଣ ହରକତ ହେଉଥିବା ଓ ଦୁର୍ଦିନ ରେ କାଳାତିପାତ କରୁଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି  | ଯଦି ଆଗାମୀ 25 ତାରିଖ ମଧ୍ୟରେ ଏସବୁର ସମାଧାନ ନହୁଏ ତେବେ ସଂଘ ବନ୍ଦର ପ୍ରସାଶନିକ ଭବନ ଆଗରେ ଆସନ୍ତା 26 ତାରିଖ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବ ବୋଲି ଚେତାବନୀ ଦେଇଚି  | ପ୍ରତିଦିନ ଶ୍ରମିକ ମାନେ ଶୋଷଣ ର ଶିକାର ହେଉଥିବା ବେଳେ ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ ଇଉନିୟନ୍ ବିଭିନ୍ନ ପ୍ରକାର ଦାବି ଉପସ୍ଥାପନା କରି ଆସୁଚି  | ଶ୍ରମିକ ମାନଙ୍କ ହକ୍ ପାଇଁ ଇଉନିୟନ୍ ଲଢେଇ କରି ଆସୁଥିବା ବେଳେ ଷ୍ଟିଭଡୋର ଆସୋସିଏସନ୍ କିମ୍ବା ବନ୍ଦର କର୍ତ୍ତୁପକ୍ଷ କିଛି ଶୁଣୁନାହାନ୍ତି  | ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ସଂଘ ର ସାଧାରଣ ସମ୍ପାଦକ ସନାତନ ବେହେରା ପ୍ରକାଶ କରିଛନ୍ତି  |
Nalco
Leave A Reply