Odisha news

ଓରମାସ୍ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ ଉଦ୍ଘାଟିତ

ପାରାଦୀପ ତା୧୩/୦୨ ଓଡିଶା ଗ୍ରାମୀଣ ମାର୍କେଟିଂ ସୋସାଇଟି(ଓରମାସ୍) ଜଗତ୍ସିଂହପୁର ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ ୧୦ରୁ ୧୫ ଷ୍ଟଲ ମାଧ୍ୟମରେ ଏକ ଛୋଟ ପ୍ରଦର୍ଶନୀ ପାରାଦୀପର କଳିଙ୍ଗ ବାଲିଯାତ୍ରା ପଡିଆରେ ଆୟୋଜିତ କରିଛି । ଏହା ଫେବୃୟାରୀ ୧୩ରୁ ମାର୍ଚ୍ଚ ୧୨ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଶନିବାର ଜଗତ୍ସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକମାସ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ଷ୍ଟଲର ଉଦ୍ଘାଟନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡ. କାହ୍ନୁ ଚରଣ ଧୀର, ପୂର୍ବତ୍ତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀଙ୍କ ସମେତ ଓରମାସ୍ର ଅଧିକାରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତେବେ ଦୀର୍ଘ ଏକ ବର୍ଷ ହେବ କରୋନା ସଂକ୍ରମଣ ମହାମାରୀ କଟକଣା ଯୋଗୁଁ ସାଧାରଣରେ ବାହାରକୁ ଯିବା ଓ ମାର୍କେଟିଂ କରିବା କଷ୍ଟସାଧ୍ୟ ଥିଲା । ଏହି ମହାମାରୀର ପ୍ରକୋପ କମିବା ପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳଙ୍କ ଉଦ୍ୟମ ଯୋଗୁଁ ପାରାଦୀପରେ ପ୍ରଥମ ଥର ପାଇଁ ଏପରି ପ୍ରଦର୍ଶନୀ ଆୟୋଜିତ ହୋଇଥିବାରୁ ଏହାକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

Comments are closed.