ପାରାଦୀପ ତା୧୩/୦୨ ଶ୍ରେଷ୍ଠ ଶିଳ୍ପ ନିରାପତ୍ତା ସାମଗ୍ରିକ ପ୍ରୟାସ ପାଇଁ ପାରାଦୀପ ଫସଫେଟ୍ସ ଲିମିଟେଡ୍(ପିପିଏଲ୍) ଗ୍ରୀନ୍ଟେକ୍ ଫାଉଣ୍ଡେସନ ସୁରକ୍ଷା ପୁରସ୍କାର ହାସଲ କରିଛି । ତାମିଲନାଡୁର ମହାବଲିପୁରମ ଠାରେ ଫେବୃୟାରୀ ୧୨ତାରିଖରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରୀନ୍ଟେକ୍ ଫାଉଣ୍ଡେସନ ଅଧ୍ୟକ୍ଷ କମଲେଶ୍ୱର ସରନଙ୍କ ଉପସ୍ଥିତିରେ ଓ ଏନ୍ଜିସିର ପୂର୍ବତ୍ତନ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଏସ୍.ଡି. ମାସ୍କେ ପିପିଏଲ୍ର ଅଗ୍ନି ଓ ନିରାପତ୍ତା ଜେଟି ଜିଏମ୍ ନିହାର କାନ୍ତି ରାଉତ ଏହି ସମ୍ମାନ ଜନକ ପୁରସ୍କାର ଗ୍ରହଣ କରିଥିଲେ । ସୁଚନା ଥାଉ କି, ଗ୍ରୀନ୍ଟେକ୍ ଫାଉଣ୍ଡେସନ ଶିଳ୍ପାୟନରେ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ଏହି ପୁରସ୍କାର ପ୍ରଦାନ କରିଥାଏ ।
Comments are closed.