Odisha news

ପାରାଦୀପ କେନ୍ଦ୍ରୀୟ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଦିନରେ ତାଲା କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ

ପାରାଦୀପ ୧୩/୦୨ ଭାରତୀୟ ମଜଦୁର ସଂଘ ଜଗତ୍ସିଂହପୁର ଜିଲ୍ଲା ସଭାପତି ଅକ୍ଷୟ କୁମାର ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗତ ଶୁକ୍ରବାର ପାରାଦୀପ ସ୍ଥିତ କେନ୍ଦ୍ରୀୟ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ପାଇଁ ଯାଇଥିଲେ । ତେବେ ଦିନ ୧୦ଟାରୁ ଅପରାହ୍ନ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ତାଲା ପଡିଥିବା ଯୋଗୁଁ ଅପେକ୍ଷା କରି ଶେଷରେ ଏହି ଶ୍ରମିକ ପ୍ରତିନିଧି ଦଳ ହତାଶ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନଥିବା ଶ୍ରମିକ ନେତା ମାନେ ଅଭିଯୋଗ କରିଛନ୍ତି ।

ଏହି ସମସ୍ୟା ବାରମ୍ବାର ଘଟୁଥିବାରୁ ପାରାଦୀପ ପରି ଏକ ଶିଳ୍ପ ସହରରେ ଶ୍ରମିକ ମାନଙ୍କର ସମସ୍ୟା ଯେ କେତେଦୁର ସମାଧାନ ହେଉଥିବ ତାହା ସନେ୍ଦହ ସୃଷ୍ଟି କରିଛି । ତେଣୁ ଏହାକୁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କଠୋର ପଦକ୍ଷେପ ନେବାକୁ ଭାରତୀୟ ମଜଦୁର ସଂଘ ଜଗତ୍ସିଂହପୁର ଜିଲ୍ଲା ସଭାପତି ଅକ୍ଷୟ କୁମାର ଦାସ, ସମ୍ପାଦକ ଅବିନାଶ ଦାସ, ସହ-ସମ୍ପାଦକ ଅଶୋକ ଦାସ, ବଜରଙ୍ଗ ସ୍ୱାଇଁ ଓ ଉପଦେଷ୍ଟା ପ୍ରଦୀପ ନାୟକ ପ୍ରମୁଖ ଦାବୀ କରିବା ସହ ଭବିଷ୍ୟତରେ ଏ ସମସ୍ୟାକୁ ନେଇ ଆନେ୍ଦାଳାତ୍ମକ ପଥ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

IEC 2 years

Comments are closed.