ପାରାଦୀପ ଅଠରବାଙ୍କୀ ଅଂଚଳରେ ରହୁଥିବା ଜଣେ ନାବାଳିକାକୁ ଗର୍ଭବତୀ କରାଇବା ଓ ଏହାପରେ ଗର୍ଭ ନଷ୍ଟ ପାଇଁ ଉଦ୍ୟମ କରାଯାଇଛି । ଫଳରେ ନାବାଳିକା ଜଣକ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ରାତି ପ୍ରାୟ ୧୦ଟା୩୦ରେ ମେଡ଼ିକାଲ ଅଣାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜଗତସିଂହପୁର ମୁଖ୍ୟ ହସ୍ପିଟାଲକୁ ପଠାଇ ଦିଆଯାଇଛି ।

ମିଳିଥିବା ସୂଚନା ମୁତାବକ, ଏହି ନାବାଳିକା ଓ ତାଙ୍କ ପରିବାର ଅଠରବାଙ୍କୀ ଅଂଚଳରେ ଗତ ଚାରି ମାସ ହେଲା ରହି ଆସୁଛନ୍ତି । ପୀଡ଼ିତାଙ୍କ ବାପା ଏକ ମାମଲାରେ ଗିରଫ ହୋଇ ବର୍ତ୍ତମାନ ଜେଲ୍ରେ ଅଛନ୍ତି । ମା’ ମଧ୍ୟ କେଉଁ ଆଡ଼େ ପଳାଇବାରୁ ତିନି ଝିଅ ଓ ଜଣେ ପୁଅ ଘରେ ରହୁଥିଲେ ।

ଏହାର ସୁଯୋଗ ନେଇ ଏହି ଅଂଚଳର ଜଣେ ଯୁବକ ପୀଡ଼ିତାଙ୍କ ପ୍ରେମ ଜାଲରେ ଫସାଇ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲା । ପରେ ଗର୍ଭନଷ୍ଟ କରିବାକୁ ଉଦ୍ୟମ କରିବାରୁ ପୀଡ଼ିତା ଜଣକ ଗୁରୁତର ହୋଇପଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here