Odisha news

ପାରାଦୀପ କୁ ଆସୁଛନ୍ତି ଆହୁରି ଶିଳ୍ପ, ହଟିବ ବେକାରୀ ସମସ୍ୟା – ମନ୍ତ୍ରୀ 

0
ପାରାଦୀପ :  ଆଗକୁ ଆହୁରି ଅଧିକ ଶିଳ୍ପ ପାରାଦୀପ କୁ ଆସୁଛନ୍ତି | ଶିଳ୍ପ ନଗରୀ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବେକାରୀ ସମସ୍ୟା ବହୁମାତ୍ରାରେ ହଟିବ | ଦକ୍ଷତା ତାଲିମ ଦିଆଯିବ | ବେକାର ଯୁବକ ଯୁବତୀ ମାନଙ୍କ ଦକ୍ଷତା ବୃଦ୍ଧି ପରେ ଯୋଗ୍ୟତା କୁ ଭିତି କରି ନୂତନ ନିଯୁକ୍ତି ର ସମ୍ଭାବନା ମଧ୍ଯ ସ୍ରୁଷ୍ଟି ବେବ | ଆଜି ଏଭଳି ସ୍ପଷ୍ଟ କରିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ | ପାରାଦୀପ ବନ୍ଦର ପ୍ରାଧିକରଣ ଓ ଅଟଳ ବିହାରୀ ଟ୍ରଷ୍ଟ ଆନୁକୁଲ୍ୟରେ ଆଜି ସ୍ତାନୀୟ ଜୟଦେବସଦନ ଠାରେ ମନ୍ତ୍ରୀ ଓ ସାଂସଦ ଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ଅୟୋଜିତ ହୋଇଥିବା ସଭାରେ ଯୋଗଦେଇ ସେ ଏହା ଉପସ୍ଥିତ ସମବେତ ଜନତା ଙ୍କୁ ଉଦବୋଧନ ଦେଇଥିଲେ |  ଗତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି କୁ ପାରାଦୀପ ନିର୍ବାଚନମଣ୍ଡଳୀ ବାସୀ ଅତ୍ୟନ୍ତ ଉତ୍ସାହିତ ଭାବେ ଭୋଟ ଦେଇ ସାଂସଦ ବିଭୁ ପ୍ରସାଦ ତରାଇ ଓ ବିଧାୟକ ସମ୍ପଦ ସ୍ୱାଇଁ ଙ୍କୁ ଜିତାଇଥିବା ବେଳେ ଏଥିପାଇଁ ପାରାଦୀପ ନିର୍ବାଚନମଣ୍ଡଳୀ ବାସୀ ଙ୍କୁ ଧନ୍ଯବାଦ ଦେଇଛନ୍ତି ସାଂସଦ ବିଭୁ ପ୍ରସାଦ ଓ ମନ୍ତ୍ରୀ ସମ୍ପଦ ସ୍ୱାଇଁ | ପାରାଦୀପ ବଡପଡିଆ ମାର୍କେଟ ପାଖ ଥାନା ଛକ ପାଖରୁ ଭୋଟର ଓ କର୍ମୀ ମାନେ ଭବ୍ୟ ସ୍ଵାଗତ କରି ଉଭୟଙ୍କୁ ପାଛୋଟି ଆଣିଥିବା ବେଳେ ମଞ୍ଚରେ ହଜାର ହଜାର ଲୋକ ତାଙ୍କୁ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ |  ଅଞ୍ଚଳର ବିକାଶ ଖୁବ ଶୀଘ୍ର ହେବ ଓ ଆଗକୁ ବହୁତ ଗୁଡିଏ ଶିଳ୍ପ ଆସୁଥିବା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଥିଲେ |ଏହି ସଭାରେ ବନ୍ଦର ଅଧ୍ୟକ୍ଷ ପିଏଲ ହାରନାଦ ପରିଷଦ ସୁବ୍ରତ ପ୍ରଧାନ , ପ୍ରତାପ ନାୟକ ଙ୍କ ସହ ଅନେକ ତୁଙ୍ଗ ନେତୃବୃନ୍ଦ ମଧ୍ଯ ଯୋଗ ଦେଇଥିଲେ |
Leave A Reply