* ପୂର୍ବ ରାତିରେ ହୋଇଥିଲା କଥା କଟାକଟି
* ଟ୍ରକ କୁ ପିଛା କରିଥିଲେ କନଷ୍ଟେବଲ
* ଚକ ରେ ରକ୍ତ ଛିଟା ଧରାଇଲା
ପାରାଦୀପ : କାର୍ଯ୍ୟରତ ଲକ ଥାନାର ହୋମଗାର୍ଡ ରାଜନ ପ୍ରଧାନ ଙ୍କୁ ଟ୍ରକ ଚଢାଇ ମାରିଥିବା ଟ୍ରକ ଚାଳକ କୁ ଶେଷରେ ଠାବ କରି ପୋଲିସ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି | ସମ୍ପୃକ୍ତ ଚାଳକ ହେଉଛନ୍ତି ରାକେଶ କୁମାର ଭାରତୀ | ତାଙ୍କ ବୟସ ମାତ୍ର 21 ବର୍ଷ ହୋଇଥିବା ବେଳେ ସେ ବିହାର ରାଜ୍ୟର ଅଶୋକ ଭାରତୀ ଙ୍କ ପୁଅ ଓ ତାଙ୍କ ଘର ଦେଶାରାଇ ଥାନା ବୈଶାଳୀ ଜିଲ୍ଲା ବୋଲି ଜଣାପଡିଛି | ସେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସୁନ୍ଦରାଇ ନେଉଳପୁର ଅଞ୍ଚଳରେ ରହୁଥିଲେ | ଘଟଣା ରେ ସମ୍ପୃକ୍ତ ଟ୍ରକ ଓଡି 04 – ଓ – 9124 ନମ୍ବର କୁ ମଧ୍ଯ ପୋଲିସ ଜବତ କରିଛି | ଘଟଣା କୁ ନେଇ ଏବେ ବିଭିନ୍ନ ପ୍ରକାର ଚର୍ଚା ବଢିବାରେ ଲାଗିଛି | ମିଳିଥିବା ଏକ ବିଶେଷ ସୁତ୍ରରୁ ଖବର ଅନୁଯାଇ ଉକ୍ତ ରାତିରେ କୁଆଡେ ଟ୍ରକ ଟି ଧାଡ଼ି ଭାଙ୍ଗି ଚଣ୍ଡିଖୋଲ ପଟୁ ପାରାଦୀପ ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଦେଖି ଦୋଛକି ଉପରେ ଡିଉଟି ରେ ଥିବା ହୋମଗାର୍ଡ ରାଜନ ଟ୍ରକ କୁ ହାତରେ ଧରିଥିବା ଏକ ବାଉଁଶ ସାହାଯ୍ୟରେ ଅଟକାଇଥିଲେ | ଏହାପରେ ଟ୍ରକ ଚାଳକ ଓ ଦୁଇ ଜଣ ଯୁବକଙ୍କ ସହ ମୃତ ହୋମଗାର୍ଡ ଙ୍କର ପାଟିତୁଣ୍ଡ ଓ କଥା କଟାକଟି ମଧ୍ଯ ହୋଇଥିଲା | ଏହାପରେ ଧାଡ଼ି ଭାଙ୍ଗି ଆସିଥିବା ଅଭିଯୋଗ ରେ ସମ୍ପୃକ୍ତ ଟ୍ରକ ଟିକୁ ପାରାଦୀପ କୁ ରାଜନ ଯିବାକୁ ନଦେଇ ଦୋଛକି ରୁ ହିଁ ପୁନର୍ବାର ଚଣ୍ଡିଖୋଲ ଆଡ଼କୁ ବୁଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ଟ୍ରକ ଟି କିଛି ସମୟ ସେଠାରେ ଅଟକି ରହି ପାଟିତୁଣ୍ଡ ପରେ ବୁଲି ପଳାଇଥିବା ଓ ଭୋର ସମୟରେ ପୁଣି ଦ୍ରୁତ ଗତି ରେ ଆସି ସମ୍ପୃକ୍ତ ହୋମଗାର୍ଡ ଗାଡିକୁ ଅଟକାଇବା କ୍ଷଣି ଆଉ କଥା ନମାନି ସିଧା ତାଙ୍କ ଉପରେ ଗାଡି ମଡାଇ ଚାଲି ଯାଇଥିଲା | ଘଟଣା ଦେଖି ପାଖରେ ଥିବା ଜୈନିକ କନଷ୍ଟେବଳ ଏକ ବାଇକ ରେ ଲିଫ୍ଟ୍ ମାଗି ସମ୍ପୃକ୍ତ ଟ୍ରକ କୁ ପିଛା କରି ଟର୍ମିନାଲ ଛକରେ ଟ୍ରକ ଟି ଛିଡା ହୋଇଥିବା ଦେଖିବାକୁ ପାଇ ତାକୁ ପଚରାଉଚରା କରିଥିଲେ | ସମ୍ପୃକ୍ତ ଟ୍ରକ ଚାଳକ ଘଟଣା ସମ୍ପର୍କରେ କିଛି ନମାନିବାରୁ କନଷ୍ଟେବଳ ଜଣଙ୍କ ଟ୍ରକ ଟିର ଚାବି ଛଡାଇ ଆଣି ଆସୁଥିବା ବେଳେ ପିସିଆର ଗାଡି ଯାଇ ପହଂଚି ଟ୍ରକ ଚକରେ ରକ୍ତ ଓ ମାନ୍ସ୍ ଲାଗିଥିବା ଦେଖି ଏହି ଟ୍ରକ ରାଜନ ଙ୍କୁ ଗାଡି ଚଢାଇ ମାରି ଆସିଥିବା ଜାଣିବାକୁ ପାଇଥିଲେ | ଶେଷରେ ଗାଡି କୁ ଜବତ କରିବା ସହ ସମ୍ପୃକ୍ତ ଚାଳକ କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି | କିନ୍ତୁ ଉକ୍ତ ରାତିରେ ଚାଳକ ଙ୍କ ସହ ମିଶି ଜୈନିକ ଦୁଇ ଯୁବକ ମୃତ ହୋମଗାର୍ଡ ଙ୍କ ସହ ଝଗଡା କରିଥିବା ଘଟଣା ଏବେ ଚର୍ଚାର ପରିଧିକୁ ଆସିଥିବା ବେଳେ ପୋଲିସ ସମ୍ପୃକ୍ତ ଦୁଇ ଯୁବକ କିଏ ଓ ସେମାନେ କୁଆଡେ ଗଲେ , ଘଟଣା ଘଟାଇଥିବା ଟ୍ରକ ଓ ଟ୍ରକ ଚାଲାକ ଙ୍କ ସହ ସେମାନଙ୍କ ସମ୍ପର୍କ କଣ ତାକୁ ତଦନ୍ତ କରିବାପାଇଁ ସାଧାରଣରେ ଦାବି ହେଉଛି | ଅନ୍ୟପକ୍ଷରେ ମୃତ ହୋମଗାର୍ଡ ରାଜନଙ୍କ ନିଜ ପୈତୃକ ଗ୍ରାମ ବାଲଡିଆ ରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି | କାରଣ ମୃତ ରାଜନ ଜଣେ ଭଲ ରୋଷେଇଆ ଭାବେ ଖ୍ୟାତି ଅର୍ଜନ କରିଥିଲେ | ଗ୍ରାମରେ ଏକ ବିବାହ ଭୋଜି ରେ ରୋଷେଇ କରିବେ ବୋଲି କଥା ମଧ୍ଯ ଦେଇ ସଉଦା ଚିଠା ମଧ୍ଯ କରିଥିଲେ | ସଉଦା ଆସି ସାରିଥିବା ବେଳେ କିନ୍ତୁ ରାଜନ ଏବେ ଆରପାରିକୁ ଚାଲିଗଲେ | ଯାହାକୁ ନେଇ ଗ୍ରାମରେ ଆହୁରି ଦୁଃଖଦ ଘଟଣା ଘଟିଛି |