Odisha news

ମଜଦୁର ସଂଘର ବାର୍ଷିକ ସମ୍ମିଳନୀ

0
 ପାରାଦୀପ :  ଦେଶର ଅଗ୍ରଣୀ ଶ୍ରମିକ ସଂଗଠନ ଭାରତୀୟ ବନ୍ଦର ମଜଦୁର ସଂଘର ବାର୍ଷିକ ସମ୍ମିଳନୀ ପାରାଦୀପ ମଧୁବନସ୍ଥିତ କାର୍ଯ୍ୟାଳୟ ପରିସରରେ ସୋମବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସଂଘର ବନ୍ଦର ପ୍ରଭାରୀ ଚନ୍ଦ୍ରକାନ୍ତ ଆନ୍ନା ଧୂମାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପାରାଦୀପ ବନ୍ଦର ଟ୍ରଷ୍ଟବୋର୍ଡର ସଦସ୍ୟ ତଥା ଭାରତୀୟ ବନ୍ଦର ମଜଦୁର ସଂଘ ପାରାଦୀପର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାୟ ଭାରତୀୟ ପୋର୍ଟ ଆଣ୍ଡ ଡକ୍ ମଜଦୁର ମହାସଂଘର ସର୍ବଭାରତୀୟ ସଭାପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ। ଏହି ସମ୍ମିଳନୀରେ ଭାରତୀୟ ପୋର୍ଟ ଆଣ୍ଡ ଡକ୍ ମଜଦୁର ମହାସଂଘର ସାଧାରଣ ସମ୍ପାଦକ ସୁରେଶ ପାଟିଲ୍, କୋଷାଧ୍ୟକ୍ଷ ସୁଧୀର ଘରାତ ଯୋଗ ଦେଇଥିଲେ। ରାଜ୍ୟ ପ୍ରମୁଖ ବସନ୍ତ ଭାଇ, ଜିଲ୍ଲା ସଭାପତି ଅକ୍ଷୟ ଦାସ, ସାଧାରଣ ସମ୍ପାଦକ ଅବିନାଶ ଦାସ ଉପସ୍ଥିତ ଥିଲେ। ସମ୍ମିଳନୀରେ ପୌରହିତ୍ୟ କରିଥିଲେ ଭାରତୀୟ ବନ୍ଦର ମଜଦୁର ସଂଘ ପାରାଦୀପର ସଭାପତି ରାକେଶ ପଟ୍ଟନାୟକ। ଅତିଥିମାନଙ୍କୁ ଭାରତୀୟ ବନ୍ଦର ମଜଦୁର ସଂଘ ପାରାଦୀପ ଶାଖା ପକ୍ଷରୁ ଉପଢୌକନ ପ୍ରଦାନ  କରାଯାଇ ସମ୍ମାନୀତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଭବେନ୍ଦ୍ର ଦାଶ।
Ad2
Leave A Reply