Odisha news

ମହାନଦୀ ମୁହାଣରେ ଫସିଲା ମାଛଧରା ଟ୍ରଲର

0

ପାରାଦ୍ୱୀପ –  ପାରାଦ୍ୱୀପ ମାଛଧରା ବନ୍ଦରରୁ ବାହାରି ମୁହାଣ ମୁହଁ ସମୁଦ୍ରକୁ ଯାଉଥିଲା ଟ୍ରଲର ବାସୁଦେବ -୨ । ସେଥିରେ ଥିବା ୭ଜଣ ମସôଜିବୀଙ୍କୁ ଉଦ୍ଧାର କରିଛନ୍ତି ଅନ୍ୟ ମସôଜିବୀ । ଖବର ପାଇ ଅନ୍ୟ ୫ଟି ଟ୍ରଲର ପହଞ୍ଚି ସେଠାରୁ ଟ୍ରଲରକୁ ଖସାଇ ଆଣିଥିଲେ । ଭଟ୍ଟା ବେଳେ ପାଣି କମ ଥିବାରୁ ଟ୍ରଲରଟି ମୁହାଣରେ ଥିବା ବାଲିଚରରେ ଲାଗିଯାଇଥିଲା ।

ମୁହାଣ ଖୋଳା ଶେଷ ହୋଇଥିବା ନେଇ ଗତ ସପ୍ତାହରେ ପାରାଦ୍ୱୀପ ବନ୍ଦରର କତ୍ତୃପକ୍ଷ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଏବଂ ମସôଜିବୀ ଏଣିକି ନିରାପଦରେ ମୁହାଣ ଦେଇ ଯା ଆସ କରିପାରିବେ ବୋଲି ଆଶ୍ୱସ୍ଥ ପ୍ରକାଶ ପାଇଥିଲା । କିନ୍ତୁ ପୁଣି ଆଜି ମୁହାଣ ମୁହଁରେ ଟ୍ରଲର ଫସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସହ ଡ୍ରେଜିଙ୍ଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ପୃକ୍ତ ଟ୍ରଲରଟି ଆଜି ଆଉ ମାଛ ଧରିବାକୁ ନଯାଇ କୂଳକୁ ଫେରି ଆସିଥିବା ବେଳେ ଏଥିରେ ଥିବା କର୍ମଚାରୀମାନେ ଭୟଭିତ ହୋଇ ପଡିଥିବା ଦେଖାଯାଇଛି । ମୁହାଁଣ ମୁହଁ ଖୋଳା ନଯିବାରୁ ଅନେକଥର ସେହି ଯାଗାରେ ଟ୍ରଲର ବୁଡିବା ଦୂର୍ଘଟଣାର ଶିକାର ହେଉଥିବା ଓ ମୁହାଁଣମୁହଁ ଖୋଳା କାର୍ଯ୍ୟ ସାରିଥିବା ନେଇ ଖୋଦ ବନ୍ଦର ପ୍ରଶାସନ କହିଥିବା ବେଳେ ପୁଣି ସେହିଯାଗାରେ ଟ୍ରଲର ଫସିବା ନେଇ ମସôଜିବୀ ମାନଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି ।

Leave A Reply