Odisha news

ଲାଞ୍ଚ ନେବାବେଳେ ବନ୍ଦର କର୍ମଚାରୀ ଙ୍କୁ ଧରିଲା ସିବିଆଇ 

0
ପାରାଦୀପ :  ଏମିନେନ୍ସ ସିପିଂ ଏଜେଣ୍ଟ ଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡଃ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ  | ପାରାଦୀପ ଭୁଇଁଆ ଛକ ରେ ଥିବା କାର୍ଯ୍ୟାଳୟ ରେ ଟଙ୍କା ନେଉଥିବା ବେଳେ ମାଡି ବସିଲା ସିବିଆଇ  | ପାରାଦୀପ ବନ୍ଦର କୁ ଆସୁଥିବା ଜାହାଜ ର କ୍ରିୟୁ ମେମ୍ବର ଙ୍କ ସ୍ୱାସ୍ଥ୍ୟ ଅବସ୍ତା ଜାଞ୍ଜ କରୁଥିବା ଓ ଏହି ଜାଞ୍ଜ ରିପୋର୍ଟ ପାଇଁ ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଣ୍ଟ ଙ୍କ ଠାରୁ ଜୁଲମ କରି ଟଙ୍କା ନେଉଥିବା ଅଭିଯୋଗ ହୋଇ ଆସୁଥିଲା | ଆଜି ସିବିଆଇ ର ଅଧିକାରୀ ମାନେ ସତର୍କତାର ସହିତ ଆସି ତାଙ୍କୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଧରିଥିବା ଓ ତାଙ୍କ ବନ୍ଦର ସରକାରୀ ବାସଭବନ ଓ ତାଙ୍କ ବାଲେଶ୍ୱରସ୍ତ ପୈତୃକ ଘରେ ମଧ୍ଯ ଚଢାଉ ହେଉଥିବା ଓ ବହୁ କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିଛି |

Leave A Reply