ପାରାଦୀପ : ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଙ୍କୁ ନିର୍ଯ୍ୟତନା | ଜୀବନରେ ମାରିଦେବା ପାଇଁ ଚାଲିଛି ଚକ୍ରାନ୍ତ | ଯାହାକୁ ନେଇ ଭୟଭିତ ହୋଇ ପଡ଼ିଛନ୍ତି ଶିକ୍ଷୟତ୍ରୀ ଜଣଙ୍କ | ଆଉ ଘଟଣା ବିଷୟରେ ସମସ୍ତଙ୍କୁ ଗୁହାରି କରିବା ପରେ ମଧ୍ଯ କିଛି ସୁଫଳ ନହେବାରୁ ପାରାଦୀପ ଲକ ଥାନାରେ ଦେଇଛନ୍ତି ଲିଖିତ ଅଭିଯୋଗ | ଘଟଣା ଘଟିଛି ପାରାଦୀପ ଉପକଣ୍ଠ ଗଡ଼ ପଞ୍ଚାୟତ ଅଧୀନ ଚକ୍ରଧରପୁର ହାଇସ୍କୁଲ ରେ | ବିଦ୍ୟାଳୟ ର ଶିକ୍ଷୟତ୍ରୀ ଦୀପାଞ୍ଜଳି ତରାଇ ଏହି ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ବିଗତ ଛଅ ମାସ ହେବ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଛି ବୋଲି ସେ ନିଜେ ଅଭିଯୋଗ କରିଛନ୍ତି | ବିଦ୍ୟାଳୟ ପରିସର ମଧ୍ୟରେ ତାଙ୍କ ସ୍କୁଟି ର ତାର କୁ ଛିଡ଼ାଇ ଦେବା , ସ୍କୁଟି ର ସାଇଲେନସର୍ ରେ କାଗଜ ବିଣ୍ଡା ପୁରାଇ ଷ୍ଟାର୍ଟ ବନ୍ଦ କରିଦେବା ଓ ତାଙ୍କ ସ୍କୁଟି କୁ କଣ୍ଟା ସାହାଯ୍ୟରେ ଫୁଟାଇ ଲିକ କରିଦେବା ଭଳି ଘଟଣା ଘଟି ଚାଲିଛି | ବାରମ୍ବାର ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଅବଗତ କରାଇବା ପରେ ମଧ୍ଯ କିଛି ଲାଭ ମିଳିନଥିବା ଜଣାପଡିଛି | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୀପାଞ୍ଜଳି ଗତକାଲି ବିଦ୍ୟାଳୟ ର ଜଣେ ଶିକ୍ଷୟତ୍ରୀ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ପରେ ଏକ କାର ଯୋଗେ ତାଙ୍କ ସ୍କୁଟି କୁ ବିଦ୍ୟାଳୟ ପରିସର ମଧ୍ୟରେ ଛାଡି ଦିଦି ଙ୍କୁ ଘରକୁ ଛାଡିବାକୁ ଯାଇଥିବା ବେଳେ ଫେରି ଦେଖିବା ବେଳକୁ ସ୍କୁଟି ସାଇଲେନସର ମଧ୍ୟରେ କେହି ଜାଣିଶୁଣି ପ୍ରବଳ କାଗଜ ବିଣ୍ଡା ପୁରାଇ ଚାଲିଯାଇଛି | ଫଳରେ ସ୍କୁଟି ଟି ଷ୍ଟାର୍ଟ ନହେବାରୁ ଦିଦି ଘରକୁ ଯାଇ ଆଜି ଆସି ଦେଖିବା ବେଳକୁ ପୁଣି ସ୍କୁଟି ର ଚକ କୁ ଏକ କଣ୍ଟା ସାହାଯ୍ୟରେ ଫୁଟାଇ ଲିକ କରାଯାଇଛି | ବିଦ୍ୟାଳୟ ର ଜୈନିକ ପିଟି ଶିକ୍ଷକ କୁଆଡେ ରାତିରେ ବିଦ୍ୟାଳୟ ପରିସର ମଧ୍ୟରେ ବେଆଇନ ଭାବେ ରହୁଥିବା ବେଳେ କିଛି ଅସାମାଜିକ ଯୁବକ ରାତି ଅଧରେ ବିଦ୍ୟାଳୟ ମଧ୍ୟରେ ପ୍ରବେଶ କରି ମଦ ମାଂସ ଭୋଜି କରିବା ଓ ମଧ୍ୟାହ୍ନ ଭୋଜନ ଦୁର୍ନୀତି ରେ କିଛି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପ୍ରୋଟେକ୍ସନ ଦେଉଥିବା ଚର୍ଚା ଆରମ୍ଭ ହେଲାଣି | ମଧ୍ୟାହ୍ନ ଭୋଜନ ଦୁର୍ନୀତି ଓ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ରେ ଘୋଟାଲା ଉପରେ ମୁହଁ ଖୋଲିବାରୁ ଦିଦି ଙ୍କୁ ଏଭଳି ନିର୍ଯ୍ୟାତନା ଦିଆଯାଉଥିବା ମଧ୍ଯ ଚର୍ଚା ହେଉଛି | ତେବେ ପୋଲିସ ଅଭିଯୋଗ ପାଇଚି ଓ ଆସନ୍ତା କାଲି ବିଦ୍ୟାଳୟ କୁ ଯାଇ ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡ଼ଛି | ଏ ସମ୍ପର୍କରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ |