ପାରାଦୀପ : ଆଉ ମାତ୍ର କେଇ ଘଣ୍ଟା ର ଅପେକ୍ଷା | ରଙ୍ଗ ବେରଙ୍ଗର ଆଲୋକ ମାଳା ରେ ଝଲସି ଉଠିବ ବନ୍ଦର ନଗରୀ ପାରାଦୀପ | କୋଳାହଳ ରେ ଫାଟି ପଡିବ ବିଶ୍ୱକର୍ମା ପୂଜା ପଡିଆ | ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟ ରେ |ଓଡିଶା ପ୍ରସିଦ୍ଧ ପାରାଦୀପ ବିଶ୍ୱକର୍ମା ପୂଜା କୁ ଆଉ ମାତ୍ର କିଛି ସମୟ ର ବାକି | ସଜେଇ ହେଲାଣି ପୂଜା ମଣ୍ଡପ | ସ୍ରୁଷ୍ଟି ର ଅନନ୍ୟ ବିନ୍ଧାଣୀ ପ୍ରଭୁ ବିଶ୍ୱକର୍ମା ଙ୍କୁ ପୂଜା କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି | କିଏ ମୂର୍ତ୍ତୀ ଗଢିବାରେ ବ୍ୟସ୍ତ ତ କିଏ ପୂଜା ମଣ୍ଡପ ସଜାଡିବାରେ | କାରଣ କୋବିଡ ପାଇଁ ୩ ବର୍ଷ ହେବ ଫିକା ପଡିଥିବା ପୂଜା ଚଳିତ ବର୍ଷ ବେଶ ଆକର୍ଷଣ କରିବା ପାଇଁ ଲାଗୀ ପଡିଛନ୍ତି ଆୟୋଜକ | ଚଳିତ ବର୍ଷ ଦୁଇ ତିନୋଟି ପୂଜା ମଣ୍ଡପ କମି ଯାଇଥିବା ବେଳେ ଅନ୍ୟ ଆୟୋଜକ ମାନେ ପୂଜା କୁ ଆକର୍ଷଣୀୟ କରିବା ପାଇଁ ଅଣ୍ଟା ଭିଡ଼ି ଦେଇଛନ୍ତି | କିଏ ଶାମୁକା ରେ ପୂଜା ମଣ୍ଡପ ସଜ୍ଜିତ କରୁଛି ତ କିଏ ଖାଲି କାଚ ରେ | କିଏ କାଠ ର ଚାମଚ ରେ ପ୍ରସ୍ତୁତ କରୁଛି ତ କିଏ ପୌରାଣିକ ଗୀତି ଗାଥା ର କୃଷ୍ନ ଙ୍କ ଲୀଳା ଖେଳା କୁ ପୂଜା ମଣ୍ଡପ ରେ ଜୀବନ୍ତ କରିବାକୁ ପ୍ରୟାସ ଆରମ୍ଭ କରୁଛି | କେବଳ ପୂଜା ମଣ୍ଡପ କିମ୍ବା ଆୟୋଜକ ସଂସ୍ଥା ନୁହଁ ବରଂ ପୂଜା ପାଇଁ ପ୍ରଶାସନ ଓ ବନ୍ଦର କର୍ତ୍ତୁପକ୍ଷ ମଧ୍ଯ ବେଶ ତତ୍ପର ହୋଇ ଉଠିଛି | ୨୬୮ ଷ୍ଟଲ ଖୋଲିବା ସହ ଓଡମାସ ଷ୍ଟଲ କୁ ସ୍ତାନ ଦେବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ତା କରାଯାଉଛି | ସି ସି ଟିଭି ରେ ଭିଡ କୁ ନଜର ରଖିବା ଓ ପୋଲିସ ବ୍ୟବସ୍ତା ବ୍ୟାପକ କରା ଯାଉ ଥିବାବେଳେ ପ୍ରତିଦିନ ମେଲୋଡି ଆଉ ଯାତ୍ରା ର ମଜା ନେଇପାରିବେ ଆଗନ୍ତୁକ ବୋଲି ଜଣାପଡ଼ଛି | ବାହାରୁ ବ୍ୟବସାୟୀ ମାନେ ଆସି ସେମାନଙ୍କର ପସରା ମେଲାଇ ସାରିଥିବା ବେଳେ ଘର କାରଣ ଜିନିଷ, ଚାଟ ଚଟପଟି ର ମଜା ଦେବାକୁ ସବୁ ସଜା ସରିଲାଣି | ପାରାଦୀପ ର ବିଶ୍ୱକର୍ମା ପୂଜା ମେଢ଼, ମଣ୍ଡପ, ମୂର୍ତ୍ତୀ ଓ ସାଜସଜା ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ କିଏ ପ୍ରଥମ ପୁରସ୍କାର ନେବ , ସେନେଇ ଚାଲିଛି କମ୍ପିଟିସନ୍ |
