ପାରାଦୀପ : ନାଉଗାଁ ବ୍ଲକ କଂଗ୍ରେସ ପକ୍ଷରୁ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଙ୍କ ଏଆଇସିସି ଦ୍ବାରା ନିଲମ୍ବନ ପତ୍ର ପ୍ରାତ୍ୟାହାର ଦାବିରେ ଆନ୍ଦୋଳନ । ଚିରଞ୍ଜୀବଙ୍କ ନିଲମ୍ବନ ପରେ ତାତିଲେ ନାଉଗାଁ ବ୍ଲକ କଂଗ୍ରେସ କର୍ମକର୍ତ୍ତା । ପିସିସି ସଭାପତି ଶରତ ପଟ୍ଟନାୟଙ୍କ କୁଶପୁତ୍ତଲିକା ଦାହ କାରିବା ସହିତ ଶତାଧିକ କଂଗ୍ରେସ କର୍ମୀ ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ସମୁଖରେ ଉପସ୍ଥିତ ରହି ଚିରଞ୍ଜୀବ ବିଶ୍ବାଳ ଜିନ୍ଦାବାଦ୍ ଓ ଶରତ ପଟ୍ଟନାୟ ମୁର୍ଦାବାଦ ନାରା ଦେଇଥିଲେ । ଏହା ସହିତ ଆଗମୀ ଦିନର ଚିରଞ୍ଜୀବ ବିଶ୍ବାଳ ଙ୍କ ନିଲମ୍ବନ ପ୍ରତ୍ୟାହର ନକରନ୍ତି ତେବେ ନାଉଗାଁ ବ୍ଲକର ସମସ୍ତ କର୍ମୀ ସ୍ବଇଚ୍ଛାରେ ଇସ୍ତଫା ପତ୍ର ରାଜ୍ୟ ସଭାପତି ଙ୍କୁ ପ୍ରଦାନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଚିରଞ୍ଜୀବ ବିଶ୍ଵାଳ ଙ୍କ ଦୃଢ଼ ନେତୃତ୍ୱ ରେ କେବଳ ଜଗତସିଂହପୁର ନୂହେଁ ସମଗ୍ର ଓଡିଶା ରେ କଂଗ୍ରେସ ଅନେକ ସମୟରେ ସଙ୍ଗଠିତ ହୋଇ ପାରିଛି | କଂଗ୍ରେସ ଦଳ ପାଇଁ ଅନେକ ଦିନରାତି ପରିଶ୍ରମ କରିଛନ୍ତି ଶ୍ରୀଯୁକ୍ତ ବିଶ୍ଵାଳ ଏବଂ ତାଙ୍କ ପରିବାର | ଦଳ ର ବର୍ତ୍ତମାନ ସ୍ଥିତି ଉପରେ ସେ ତାଙ୍କର ମନର କଥା ପରିପ୍ରକାଶ କରିଥିବା ବେଳେ ଦଳ ବିରୋଧୀ କାର୍ଯ୍ୟ ସେ କେବେ କରିନାହାନ୍ତି ବୋଲି ତାଙ୍କ ସମର୍ଥକ ମାନେ ଦୃଢତା ର ସହ ପ୍ରକାଶ କରିଛନ୍ତି | ନାଉଗାଁ ବ୍ଲକ ସଭାପତି ନିରଞ୍ଜନ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା, ପ୍ରସନ୍ନ ପରିଡା, ପୂର୍ବତନ ବ୍ଲକ ଉପଧ୍ୟକ୍ଷ ବେଣୁଧର ସ୍ବାଇଁ, ମାମିନା ଦଳାଇ, ପୂର୍ବତନ ଜିଲ୍ଲା ପରିଷଦ ଧୁଶାସନ ନାୟକ, ପଦ୍ମଚରଣ ରାଉତ, ରାଜ୍ୟ ଛାତ୍ର କଂଗ୍ରେସ ଉପ ସଭାପତି ସୁନିଲ ମାଟିଆ, ପ୍ରିତମ ପରିଜା, ଆଶିଷ ସ୍ୱାଇଁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଜେନା, ମହାଦେବ ସେଠୀ, ବ୍ଲକ ଉପସଭାପତି ବିନୟ ଭୂଷଣ ମହାପାତ୍ର, ସୁରେଶ ମହାନ୍ତି, କଣ୍ଠମଣୀ ମହାନ୍ତି, କମଳ ଲୋଚନ ମହାନ୍ତି, ଘୋଡାଶଂ ସରପଞ୍ଚ ନିହାର ବସ୍ତିଆ, ରୋହିଆ ସରପଞ୍ଚ ହେମାମଳିନୀ ମହାନ୍ତି, ସଭ୍ୟ ଲକ୍ଷ୍ମୀପ୍ରିୟା ରାଉତ, ନାଉଗାଁ ସରପଞ୍ଚ ପ୍ରାଚୀ ସାଗରିକା ଜେନା, ସଭ୍ୟ ମାନସୀ ଲେଙ୍କା, ତିରୁଣା ସରପଞ୍ଚ ଲକ୍ଷ୍ମଣ ସ୍ବାଇଁ, ସଭ୍ୟ ଲକ୍ଷ୍ମୀପ୍ରିୟା ପରିଡା, ନୂଆଗାଁ ସରପଞ୍ଚ ଦୋଳଗୋବିନ୍ଦ ରାଉଳ, କୋରୁଅ ସରପଞ୍ଚ ଗଜରାଜପୁର ସରପଞ୍ଚ ଓ ସଭ୍ୟ ପ୍ରମୁଖ ଙ୍କ ସହ , ମନୋଜ ନାୟକ, ରାଜେଶ ବିଶ୍ବାଳ,ଅଜିତ ପଟ୍ଟନାୟକ , ମନୋଜ ଦାସ, ଅଶାନ୍ତ ବେହେରା, ବିଜୟ ବେହେରା, ପହଲୀ ବିଶ୍ବାଳ, ବିବେକା ବାରିକ, କୃପାସିନ୍ଧୁ ଦାସ, ରୋହିତ ପରିଡ଼ା, କାର୍ତ୍ତିକ ମୁଦୁଲି, ସଚିଦ ନନ୍ଦ ପରିଡ଼ା, ଚକ୍ରଧର ସ୍ୱାଇଁ ଅନିଲ ଲେଙ୍କା ତନୁ ନାୟକ, ସୁରେଶ ମହାନ୍ତି , ଜନ୍ମଜ୍ୟ ନାୟକ,ସୌମ୍ୟସଞ୍ଜୀବ ଦାସ, ରଶ୍ମରଞ୍ଜନ ତ୍ରୀପାଠୀ, ନାରାୟଣ ଲେଙ୍କା ପ୍ରମୁକ ଉପସ୍ତି ରହିଥିଲେ।
