ପାରାଦୀପ : ଏତେ ପରେ ବି ଛାଡୁନି ଲୋଭ | ପ୍ରସାଶନିକ ବିଧି ବ୍ୟବସ୍ତା କୁ ଚାଲେଞ୍ଜ ଦେଇ ପାରାଦୀପ ଉପକଣ୍ଠ ଗଡ଼, ନୂଆଗଡ଼, ବିଶ୍ଵାଳୀ ଓ ସିଜୁ କତକୁଲା ଅଞ୍ଚଳରୁ ମାଟି ମାଫିଆ ମାନେ ରାଜସ୍ୱ ଫାଙ୍କି ରାତିଅଧିଆ ମାଟି ଚୋରା ଚାଲାଣ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଉପାର୍ଜନ କରିଥିବା ବେଳେ କୁଜଙ୍ଗ ତହସିଲଦାର ଙ୍କ ଲିଖିତ ଅଭିଯୋଗ ପରେ ଲକ୍ ଥାନା ପୋଲିସ 4 ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଓ ଗାଡି ଜେସିବି ମେସିନ ମଧ୍ଯ ଜବତ କଲା | କିଛିଦିନ ଏହି ମାଟି ଚୋରି ଉପରେ ଯବନିକା ପଡିବାରୁ ଲୋକେ ଶାନ୍ତି ଅନୁଭବ କଲେ | କିନ୍ତୁ କିଛି ଦିନର ନୀରବତା ପରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ମାଟି ଚୋର | ରଜ ପରଦିନ ଠାରୁ ସେମାନେ ଆରମ୍ଭ କରିଦେଇଛନ୍ତି ଦିନ ଓ ରାତି ରେ ବେପାର | କିଏ କହୁଚି ମୁଁ ତହସିଲ୍ ରୁ ରୟାଲଟି କାଟୁଛି ତ କିଏ କହୁଚି ମୁଁ ସବୁ ସେଟିଂ କରିଦେଇଛି, ଯାହା ଏବେ ଚର୍ଚା ବଢିବାରେ ଲାଗିଛି | ଗତକାଲି ରାତି ତମାମ ମାରୁତି କଣ୍ଟା , କତକୁଲା , ସିଜୁ ରୁ ମାଟି ଚୋର ମାନେ ମାଟି ତାଡି ଆଣି ବିଶ୍ଵାଳୀ , ହାତୀ କଣ୍ଟା ଓ ନିହାରୁଣୀ ଅଞ୍ଚଳରେ ମାଟି ବିକ୍ରି କରିଥିବା ଲୋକେ ଆଲୋଚନା କରୁଛନ୍ତି | ଗଡ଼ , ସିଜୁ ଓ ଚୂନ ଏବ୍ଂ ବିଶ୍ବାଳୀ ରୁ କିଛି ମାଫିଆ ଏକ ଗ୍ରୁପ କରି ରାତିରେ କିଛି ଯୁବକଙ୍କ ଦ୍ଵାରା ରାସ୍ତା ଓ ଆଖାପାଖ ଅଞ୍ଚଳରେ ପଇଁତରା ମରାଇ ମାଟି ଚୋରା ଚାଲାଣ କରୁଥିବା ଜଣାପଡ଼ିଛି | ଗୋଟିଏ ପଟେ କୁଜଙ୍ଗ ତହସିଲଦାର ଙ୍କ ମାଟି ମାଫିଆ ଙ୍କ ବିରୋଧରେ ପାରାଦୀପ ଲକ୍ ଥାନା ରେ ଲିଖିତ ଅଭିଯୋଗ ଓ ପରେ ଘଟଣା ରେ ଜିଲ୍ଲାପାଳ ଏବ୍ଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ହସ୍ତକ୍ଷେପ ପରେ ମାଫିଆ ଙ୍କ ଗିରଫଦାରି ପରେ ମଧ୍ଯ ପୁନର୍ବାର କିଭଳି ଏହି ମାଟି ମାଫିଆ ମାନେ ମାଟି ଚୋରି କରିବାକୁ ସାହସ କଲେ ତାହା ବୁଝା ପଡୁନି | ବର୍ତ୍ତମାନ ଚାଲୁଥିବା ମାଟି ଚୋରି ପଛରେ କିଏ ? କାହାପାଇଁ କ୍ଷତି ହେଉଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ରାଜସ୍ୱ ? ମାଟି ମାଫିଆ ଙ୍କୁ ସୁରକ୍ଷା ଦେଉଛି କିଏ ? ଏତେ ପରେ ବି ମାଟି ଚୋର କେମିତି ଜୁଟାଇ ପାରିଲେ ସାହସ , ଏଭଳି ଅନେକ ପ୍ରଶ୍ନ ଏବେ ସ୍ତାନୀୟ ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି | ତୁରନ୍ତ ଏଥିପ୍ରତି ସ୍ତାନୀୟ ପୋଲିସ ଓ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି |