ପାରାଦୀପ : ସକାଳୁ ସକାଳୁ ଚିହିଙ୍କି ଉଠିଲା ଚିଣ୍ଟୁଆ | ନିଶା ଖାଇବା ପାଇଁ ମୁଣ୍ଡ ହୋଇ ଉଠିଲା ପାଗଳ | ରାସ୍ତା କୁ ବାହାରିଲା , ଯାହାକୁ ଦେଖିଲା ନିଶା ଖାଇବା ପାଇଁ ଟଙ୍କା ମାଗିଲା | ଆଉ ଯିଏ ନଦେଲା ତାକୁ ହାଣି ଚାଲିଲା | କୁଜଙ୍ଗ ଏକ୍ସପ୍ରେସ କଲୋନୀ ରେ ସକାଳୁ ସକାଳୁ ଚିକ୍ତାର | ମାରିଦେଲା ମାରିଦେଲା , ମରିଗଲି ରକ୍ଷାକର | ଯିଏ ଯୁଆଡେ ପାଇଲା ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ୁ ଥିଲା | ଆଉ ଯିଏ ଦୌଡ଼ି ନପାରିଲା , ସେ ହଣା ଖାଇଲା | ଏଭଳି ଏକ ଡବଲ ମଡର କରି ଆଉ ଦୁଇଜଣ ଙ୍କୁ ଗୁରୁତର ଭାବେ ହାଣିଛି ନିଶା ଖୋର ଚିଣ୍ଟୁଆ ନାଥ | ସକାଳ 6 ଟା | ଘର ର ଦାଣ୍ଡ ଦୁଆର ମୁହଁ ଝାଡୁ କରୁଥିଲେ ନିର୍ମଳା ଲେଙ୍କା | ଆଉ ଏତିକି ବେଳେ ଆସିଲା ଚିଣ୍ଟୁଆ ଓରଫ କାଳିଆ ନାଥ ଶର୍ମା | ହାତରେ ଥିଲା ଏକ ଶକ୍ତ ଧାରୁଆ ଖଣ୍ଡା | ଆସିଲା ଆଉ ପାଉଡର ଖାଇବି ଟଙ୍କା ଦେ ମାଗିଲା | ନିର୍ମଳା ଟଙ୍କା ନଦେବାରୁ ତାକୁ ହାଣି ଚାଲିଲା | ଏହାକୁ ଦେଖି ପାଖରେ ଥିବା ସୁନିତା ଭୋଳ ଆସି ଧରିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ଯ ଗୋଡାଇ ଗୋଡାଇ ହାଣି ଚାଲିଲା | ଏଭଳି ଘଟଣା ଦେଖିବା ପରେ ପାଖରେ ଥିବା ରିତେଶ ରୋଶନ ମଲ୍ଲ ଚିଣ୍ଟୁଆ କୁ କାବୁ କରିବାକୁ ଚେଷ୍ଟା କରିବାରୁ ସେ ମଧ୍ଯ ହଣା ଖାଇଲେ | ନିର୍ମଳା ଘଟଣା ସ୍ଥଳରେ ହିଁ ମୃତ୍ଯୁ ବରଣ କରିଥିବା ବେଳେ ସୁନିତା କୁଜଙ୍ଗ ଡାକ୍ତରଖାନା ରେ ମୃତ୍ୟୁ ବରଣ କଲେ | ଆଉ ଯୁବକକୁ କାବୁ କରିବାକୁ ଯାଇ ରିତେଶ ଏବେ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସାଧିନ | ସବୁଠାରୁ ବଡ କଥା ହେଉଛି ହତ୍ୟା କାଣ୍ଡ ଘଟିଥିବା ସ୍ତାନ ର ଠିକ୍ ଆଗରେ ଅଛି କୁଜଙ୍ଗ ମିସନ ଶକ୍ତି ଗୃହ | ଯେଉଁ କାର୍ଯ୍ୟାଳୟ କୁ ପ୍ରତିଦିନ ଶହ ଶହ ମହିଳା ଆସିଥାନ୍ତି |
ରାସ୍ତା ଉପରେ ଦିବାଲୋକ ରେ ଯଦି ଦୁଇ ଦୁଇ ଜଣ ମହିଳା ଙ୍କ ମୁଣ୍ଡ ଗଡୁଛି ତେବେ ଏଠି ମହିଳା ମାନେ କେତେ ସୁରକ୍ଷିତ , ତାହାକୁ ନେଇ ଉଠିଛି ବିରାଟ ପ୍ରଶ୍ନ | ଅଭିଯୁକ୍ତ ଚିଣ୍ଟୁଆ ପୂର୍ବରୁ ଏକ କ୍ଷୀର ଗାଡି ଚଳାଉଥିବା ବେଳେ ନିଶା କବଳରେ ଆସି ନିଜ ହିତାହିତ ଜ୍ଞାନ ଭୁଲି ଏଭଳି କାଣ୍ଡ ଘଟାଇଥିବା ଓ ତାଙ୍କ ବିରୋଧରେ ତାଙ୍କ ଭାଇ କୁଆଡେ ତିନିଦିନ ତଳେ ଥାନା ରେ ଲିଖିତ ଅଭିଯୋଗ କରିଥିବା ବେଳେ କଲୋନୀ ଲୋକେ ମଧ୍ଯ କିଛି ଦିନ ତଳେ ଅଭିଯୋଗ କରିଥିଲେ | ଅନ୍ୟପକ୍ଷରେ ଚିଣ୍ଟୁଆ ର ପତ୍ନୀ ଏକମାସ ହେବ କୁଆଡେ ଚାଲିଯାଇଥିବା ବେଳେ ଏହି ଦୁଇ ମହିଳା ତା ସ୍ତ୍ରୀ କୁ କୁଆଡେ ଫେରାର କରିଥିବା ସନ୍ଦେହ କରି ଏଭଳି କରିଥିବା ପୋଲିସ ଆଗରେ ଚିଣ୍ଟୁଆ ପ୍ରକାଶ କରିଛି | ଅଭିଯୁକ୍ତ କୁ ସ୍ତାନୀୟ ଲୋକମାନେ ଧରି ପୋଲିସ ର ଜିମା ଦେଇଥିବା ବେଳେ ହତ୍ୟାକାଣ୍ଡ ରେ ବ୍ୟବହୃତ ଖଣ୍ଡା କୁ ପୋଲିସ ମଧ୍ଯ ଜବତ କରିଛି |
ପୋଲିସ କବଜା ରେ ଚିଣ୍ଟୁଆ ଆସିଲା ପରେ ନିଜକୁ ବଞ୍ଚାଇବାକୁ ଯାଇ ନିଜ ସ୍ତ୍ରୀ ଫେରାର ପଛର କାହାଣୀ ବର୍ଣନା କରୁଛି କିମ୍ବା ସ୍ତାନୀୟ ଲୋକ ଏବ୍ଂ ଚିଣ୍ଟୁଆ ର ଭାଇ କିଛି ଦିନ ତଳେ ଦେଇଥିବା ଅଭିଯୋଗ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ କରି ନ ଥିବା ଓ ସେଥିରୁ ନଜର ହଟାଇବାକୁ ଏଭଳି ଏକ ନୂଆ ପ୍ଳଟ ତିଆରି କରୁଛି ତାହା ଏବେ ତଦନ୍ତ ସାପେକ୍ଷ | ନିଶା କବଳରେ ପଡୁଥିବା ଯୁବପିଢ଼ି ଏଭଳି କାଣ୍ଡ ଘଟାଇଥିବା ବେଳେ ପୂର୍ବରୁ ଯଦି ଚିଣ୍ଟୁଆ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇ ଥାନ୍ତା ତେବେ ଦୁଇଜଣ ଙ୍କ ଜୀବନ ବଞ୍ଚି ଯାଇ ପାରି ଥାନ୍ତା ବୋଲି ସ୍ତାନୀୟ ଲୋକେ ପ୍ରକାଶ କରିଛନ୍ତି | ପାଉଡର କବଳରେ ପଡି ଏଭଳି ଅବସ୍ତା ଚିଣ୍ଟୁଆ ଘଟାଇଥିବା ଓ ଦୁଇ ଦୁଇଟି ପରିବାର କୁ ଛାରଖାର କରିଥିବା ବେଳେ ଆଉ କେତେଯେ ଚିଣ୍ଟୁଆ କୁଜଙ୍ଗ ଅଞ୍ଚଳରେ ବୁଲୁଛନ୍ତି ଓ ଆଗକୁ ସେମାନଙ୍କୁ ନ ରୋକିଲେ ସେ କଣ କଣ ଘଟାଇବେ ତାହା କିଏ କହିବ | ପୋଲିସ ଘଟଣା କୁ ନେଇ କୁଜଙ୍ଗ ଥାନା ରେ 310 ନମ୍ବର ରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି |
