ପାରାଦୀପ : ଓଡିଶା ର ଗଣ ପର୍ବ ରଜରେ ଦୁଲୁକୁଛି ବନ୍ଦର ନଗରୀ ପାରାଦୀପ | ଜଗନ୍ନାଥ ଲଳିତ କଳା ସଂସଦ ଆନୁକୁଲ୍ୟରେ ସ୍ତାନୀୟ ଗୋପବନ୍ଧୁ ଷ୍ଟାଡିୟମ ପ୍ରାଙ୍ଗଣ ରେ ଉସ୍ତବ କୁ ଅତି ଧୁମ଼ଧାମରେ ପାଳନ କରାଯାଉଛି | ବନ୍ଦର ଅଧ୍ୟକ୍ଷ ପି ଏଲ୍ ହାରାନାଦ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲା ବେଳେ ଦୋଳି , ପାନ , ଗୀତ , ବେଶ ଓ ପିଠା ପ୍ରତିଯୋଗିତା କରାଯାଇ ଓଡ଼ିଆ ଙ୍କ ଏହି ମହାନ ପର୍ବ କୁ ପାଳନ କରାଯାଉଚି | ଛୋଟ ପିଲା ଙ୍କ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଆସି ଏହି ଉସ୍ତବ କୁ ଉପଭୋଗ କରୁଥିଲାବେଳେ ଏହା 3 ଦିନ ଧରି ଚାଲିବ ବୋଲି ଜଣାପଡିଛି |