ପାରାଦୀପ : ଶାଳୀ ସହ କଥା ହେବା ବନ୍ଦ କର ନଚେତ୍ ଜୀବନରେ ମାରିଦେବି | ତୁ କିଏ ମୋ ଶାଳୀ ସହ କଥା ହେବୁ | ମୋ ଶାଳୀ କୁ ମୁଁ ବହୁତ୍ ଭଲ ପାଏ | ଭଲରେ କହୁଚି ସେଠୁ ହଟିଯା | ଏଭଳି ଅନେକ ଧମକ ଟୁବୁଲି କୁ ଦେଉଥିଲା ରମେଶ | ଆଉ ରମେଶ କିନ୍ତୁ ମାନିବାକୁ ନାରାଜ | କାରଣ ତାର ସମ୍ପର୍କ ଥିଲା 5 ବର୍ଷ ର | ମଝିରେ ଟିକେ ଝଗଡ଼ା ହୋଇଥିଲା ସତ ହେଲେ ସେ ପୁଣି ଥରେ ଫେରି ପାଇଚି ତାର ପ୍ରେମ କୁ | ଶାଳୀ ପାଇଁ ରମେଶ ଟୁବୁଲି ସହ ତିନି ଦିନ ତଳେ ହାତାହାତି ମଧ୍ଯ ହେଇଚି | ରାଗରେ ରକ୍ତମୁଖା ହୋଇ ରମେଶ ଶେଷରେ ଟୁବୁଲି ଶୋଇଥିବା ସୁଯୋଗ ନେଇ କୋଦାଳ ରେ ଚୋଟ ପରେ ଚୋଟ ମାରି ଜୀବନରୁ ହଟେଇ ଦେଇଚି | ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ବନ୍ଦର ନଗରୀ ପାରାଦୀପ ଥାନା ପାଖ ଟ୍ୟାକ୍ସି ଷ୍ଟାଣ୍ଡ ତ୍ରିନାଥ ମଣ୍ଡପ ଉପରେ | କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗଣ୍ଡାଖିଆ ଲୋକନାଥପୁର୍ ଗ୍ରାମର ଟୁବୁଲି ଜେନା ପାରାଦୀପ୍ ବଡ ପଡିଆ ରେ ଥିବା ରେବିକା ବାର ରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପାଖ ଜୁଶୁ ଦୋକାନ ରେ ସେହି ଗ୍ରାମ ର ରମେଶ ଜେନା ମଧ୍ଯ କାମ କରନ୍ତି | ପୂର୍ବରୁ ଦୁହିଁଙ୍କ ଭିତରେ ଭଲ ସମ୍ପର୍କ ଥିବାବେଳେ ରମେଶ ନିଜ ଶାଳୀ ପାଇଁ ଟୁବୁଲି ସହ ଅନେକ ଥର ଝଗଡ଼ା ମଧ୍ଯ କରିଛନ୍ତି | ରମେଶ ଙ୍କ କହିବା କଥା ତୁ ଆଉ ମୋ ଶାଳୀ ସହ କଥା ହେବା ବନ୍ଦ କର | କିନ୍ତୁ ଟୁବୁଲି ନିଜ ପ୍ରେମ ପାଇଁ ପାଗଳ | ସେ କଥା ହେବା ବନ୍ଦ ନକରି ଓଲାଟା ରମେଶ କୁ ଚ୍ଯାଲେଞ୍ଜ ଦିଏ | ଆଜି ଭୋର୍ ସମୟରୁ ଟୁବୁଲି ଙ୍କର ତଣ୍ଟି କଟାଯାଇଥିବା ଓ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଖବର ପାଇ ଆରମ୍ଭ କରେ ତଦନ୍ତ | ଠିକ୍ ଏତିକି ବେଳେ ପୋଲିସ ଓ ଗଣମାଧ୍ୟମ ସହ କଥା ହୋଇ ଅତି ଚାଲାକ ଭାବେ ବୁଲୁଥିବା ହତ୍ୟାକରି ରମେଶ ର ପିନ୍ଧିଥିବା ଗଞ୍ଜି ଉପରେ ଲାଗିଥିବା ଏକ ରକ୍ତ ଟିପା ଉପରେ ପୋଲିସ ର ପଡେ ନଜର | ସନ୍ଦେହ କୁ ରମେଶ କୁ ନେଇ ପଚରା ଉଚରା କରିବା ପରେ ପୋଲିସ ଆଗରେ ସବୁ ସତ ଉଗାଳି ପକାଏ ରମେଶ | ଆଜି ଭୋର୍ ତିନିଟା ସମୟରେ ସେ ଟୁବୁଲି କୁ ଏକୁଟିଆ ତ୍ରିନାଥ ମଣ୍ଡପ ଉପରେ ଶୋଇଥିବା ଦେଖି ତାକୁ ଜୀବନରେ ଶେଷ କରିବାକୁ ନିଷ୍ପତ୍ତି ନିଏ ଓ ଏକ କୋଦାଳ ସାହାଯ୍ୟ ରେ ତାକୁ ହତ୍ୟା କରେ ବୋଲି ପୋଲିସ ଆଗରେ ସ୍ୱୀକାର କରେ | ପୋଲିସ ହତ୍ୟା ରେ ବ୍ୟବହୃତ କୋଦାଳ ଜବତ ସହ ରମେଶ କୁ ଗିରଫ କରିଥିବା ବେଳେ ଆହୁରି ଅଧିକ ତଦନ୍ତ ଆରମ୍ଭ କରିଥିବା ପାରାଦୀପ୍ ଆଦର୍ଶ ଥାନା ର ଅଧିକାରୀ ସବ୍ୟସାଚୀ ରାଉତ ପ୍ରକାଶ କରିଛନ୍ତି |