Odisha news

ମାଟି ଚୋରି କୁ ନେଇ ତହସିଲଦାରଙ୍କ ଏଫଆଇଆର୍

0

ପାରାଦୀପ୍ – ଅସମ୍ଭାଳ ହେଲା ସ୍ଥିତି | ମାନିଲେ ନାହିଁ ସରକାରୀ କଟକଣା  |   ରାଜସ୍ୱ ଫାଙ୍କି ନିଜ ପ୍ୟାକେଟ୍ ଗରମ କରି ଚାଲିଲେ ମାଟି ମାଫିଆ  | ରାତି ରାତି ଜେସିବି ମେସିନ୍ ଲଗାଇ ଟ୍ରାକଟର ଆଉ ହାଇୱା ସାହାଯ୍ୟରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ମାଟି ଖୋଳି ବେଶ୍ ଲାଭବାନ୍ ହେଲେ କିଛି ହାତଗଣତି ଚୋର  | ତହସିଲଦାରଙ୍କ ଘର ଠାରୁ ଗହୀର ବିଲ ପର୍ଯ୍ୟନ୍ତ ଲୋକ ଜଗାଇ ଉଠାଇ ନେଲେ ଶହ ଶହ ଟ୍ରିପ ମାଟି  | ପରିସ୍ଛିତି ଏଭଳି ହେଲା କି ଲୋକେ ରାତି ପହିଲା ବେଳକୁ ତାଙ୍କ ନିଜ ଜମି କୁ ମଧ୍ଯ ଚିହ୍ନି ପାରିଲେ ନାହିଁ  | ଗହୀର ବିଲ ଖାଲି ପୋଖରି ଆଉ ପୋଖରି  | ଗରିବ ଲୋକ ଭୟରେ କିଛି ଅଭିଯୋଗ କଲେ ନାହିଁ ଆଉ ଯିଏ ଅଭିଯୋଗ କଲେ ତାଙ୍କୁ ଦିଆଗଲା ବୋମା ଧମକ  | ଶେଷରେ ପରିସ୍ଥିତି ଅଣାୟତ ହେବାରୁ ନିଜେ କୁଜଙ୍ଗ ତହସିଲଦାର ପ୍ରତିପୂର୍ଣା ମିଶ୍ର ପାରାଦୀପ ଲକ୍ ଥାନା ରେ ଲିଖିତ ଅଭିଯୋଗ କରିବାକୁ ବାଧ୍ୟ ହୋଇଛନ୍ତି  | ଗତ ଦୁଇଦିନ ତଳେ ପାରାଦୀପ୍ ଉପକଣ୍ଠ ହାତୀ କଣ୍ଟା ପଛପଟେ ବେଆଇନ୍ ଭାବେ ମାଟି ଖୋଳା ଚାଲିଥିବା ଖବର ପାଇ ତହସିଲଦାର ଙ୍କ ନିଦ୍ଦେର୍ଶ ରେ ରାଜସ୍ୱ ନିରୀକ୍ଷକ ଆସି ଏକ ଜେସିବି  କୁ ଜବତ କରି ଲକ୍ ଥାନା ର ଜିମା ଦେଇଥିବା ବେଳେ ଡ୍ରାଇଭର ଓ କିଛି ହାଇୱା ଖସି ପଳାଇବାରେ ସକ୍ଷମ ହୋଇଥିଲେ  | ଆଜି ଏହି ଘଟଣା କୁ ନେଇ ଉକ୍ତ ଜେସିବି  ନମ୍ବର 22SY 2205000197 ଓ ତାର ମାଲିକ ବିରୋଧରେ ତହସିଲଦାର ନିଜେ ଲିଖିତ ଅଭିଯୋଗ ଦୟାର କରିଛନ୍ତି  | ଏହି ଘଟଣାକୁ ନେଇ ମାଟି ମାଫିଆ ଙ୍କ ଭିତରେ ଏବେ ଛନକା ପଶିଛି  | ଉକ୍ତ ଜେସିବି ଡ୍ରାଇଭର ଓ ତାର ମାଲିକ ଙ୍କ ସହ କିଏ ରାତି ଅଧରେ କଥା ହୋଇଛନ୍ତି , କିଏ କିଏ ଏହି ମେସିନ୍ କୁ ମାଟି ଖୋଲିବାକୁ ଡାକିଛନ୍ତି , କେଉଁ କେଉଁ ହାଇୱା ଦ୍ଵାରା କେତେ ଟ୍ରିପ ମାଟି ଉଠିଛି , ଏସବୁ ର ଖୋଳତାଡ଼ କରିବ ପୋଲିସ  | ପର ବିଲରୁ ମାଟି ଚୋରି କରି ନୂଆଗଡ଼ ର ଜୈନିକ ଗଞ୍ଜେଇ ବେପାରି ର ଭାଇ , ନିମିଢି ର ଜଣେ କରିତକର୍ମା ଗାଡି ମାଲିକ ଓ ଗଡ଼ ର ଜଣେ ସୁଧ ବ୍ୟବସାୟୀ ଙ୍କ ପୁଅ ସମସ୍ତ୍ ମାଟି ଚୋରି ଘଟଣା ର ମୁଖ୍ୟ କାର୍ପଟଦାର ହୋଇଥିବା ବେଳେ ଏମାନେ ଖୁବଶୀଘ୍ର ଧରା ପଡିବେ ବୋଲି ଚର୍ଚା ଆରମ୍ଭ ହେଲାଣି  |

Leave A Reply