Odisha news

ପିଆଇସିଟି ରେ ଦୁର୍ଘଟଣା , ଜଣେ ମୃତ୍ଯୁ ଜଣେ ଗୁରୁତର

0

ପାରାଦୀପ୍ – କିଛି ଦିନ ର ଅନ୍ତରରେ ପୁଣି ପିଆଇସିଟି ବା ପାରାଦୀପ୍ ଇଣ୍ଟରନେସନାଲ କାର୍ଗୋ ଟର୍ମିନାଲ ରେ ଦୁର୍ଘଟଣା ଘଟିଛି  | ଦୁର୍ଘଟଣାରେ ଜଣେ ଶ୍ରମିକ ର ମୃତ୍ଯୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇ କଟକ ବଡମେଡିକାଲରେ ରେ ଭର୍ତି ହୋଇଛନ୍ତି  | ପିଆଇସିଟି ରେ ଠିକା ସଂସ୍ଥା ରୂପେ କାର୍ଯ୍ୟରତ ନୁର୍ ଲିପ୍ଟର  ର ଏକ ଫୋରକ୍ଲିପ ହଠାତ୍ ପମ୍ପଚର୍ ହୋଇଥିବା ବେଳେ ଏହାର ଚକା ଖୋଲୁଥିଲା ବେଳେ ହଠାତ୍ ଚକା ର ରିମ ଟି ଛିଟିକି ଯାଇ ହେଲପର ଙ୍କ ମୁଣ୍ଡରେ ବାଜିଥିଲା  ଆଉ ସେହିଠାରେ ସେ ମୃତ୍ୟୁବରଣ କରିଥିଲେ  | ମୃତ୍ୟୁ ବରଣ କରିଥିବା ହେଲପର ହେଲେ ସହିଦ୍ ରାଜା ଓ ତାଙ୍କ ଘର ଉତ୍ତରପ୍ରଦେଶ ରେ ବୋଲି ଜଣାପଡିଛି  | ସେହିପରି ସେଠାରେ ଥିବା ଅନ୍ୟଜଣେ ଶ୍ରମିକ ଙ୍କ ଗୋଡ଼ରେ ଏହି ରିମ ବାଜିବାରୁ ସେ ଗୁରୁତର ଭାବେ ଆହତ ହୋଇଥିବା ଓ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି  | କିଛି ମାସ ତଳେ ଏହି କମ୍ପାନୀ ରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଓ ଏବେ ପୁଣି ଏହାର ପୁନରାବୃତ୍ତି ହୋଇଥିବା କୁହାଯାଉଛି  | କିଛି ଅନଭିଜ୍ଞ ଙ୍କୁ ରାଜନୈତିକ ପ୍ରେସର୍ ରେ ଆଉ କିଛି ଅର୍ଥ କାରବାର ରେ ନିଯୁକ୍ତି ଦିଆଯାଇଥିବା ଯୋଗୁ ଅନେକ ସମୟରେ ସେଠାରେ ଏଭଳି ଦୁର୍ଘଟଣା ଘଟୁଥିବା ଆଲୋଚନା ଶୁଣିବାକୁ ମିଳୁଛି  |

Leave A Reply