ପାରାଦୀପ୍ – ପାରାଦୀପ୍ ଉପକଣ୍ଠ ନୂଆଗଡ଼ ଓ ଗଡ଼ ଅଞ୍ଚଳରେ ରାତି ଅଧିଆ ମାଟି ଚୋରା ଚାଲାଣ ବଢିବାରେ ଲାଗିଛି | ପ୍ରଶାସନ କୁ ଚ୍ୟାଲେଞ୍ଜ ଦେଇ ଏଠାକାର ମାଟି ମାଫିଆ ସନ୍ଧ୍ୟା ହେଲେ ମାଟି ଲୁଟ କରିବାରେ ଲାଗୀ ପଡିଛନ୍ତି | ବାରମ୍ବାର କୁଜଙ୍ଗ ତହସିଲଦାର ଏମାନଂକୁ ଧରିବାକୁ ଉଦ୍ୟମ କରି ବିଫଳ ହେବା ପରେ ମାଫିଆ ଙ୍କର ଏକ ପ୍ରକାର ଡରଭୟ ଛାଡି ଯାଇଥିବା କୁହାଯାଉଛି | ଗତ କାଲି ଏକ ଚୋରା ମାଟି ବୋଝେଇ ହାଇୱା ମାଟି ଆଣି ଆସୁଥିବା ବେଳେ ଏକ ବିଦ୍ୟୁତ୍ ଖୁଣ୍ଟ ରେ ବାଡ଼େଇ ଦେଇଥିଲା | ଏହାକୁ ସ୍ତାନୀୟ ଲୋକମାନେ ବିରୋଧ କରିବାରୁ ମାଫିଆ ମାନେ କିଛି ଅସାମାଜିକ ବ୍ୟକ୍ତି ଙ୍କ ଦ୍ଵାରା ବିରୋଧ କରୁଥିବା ଲୋକଙ୍କୁ ଧମକାଇବା ସହ ଘଉଡାଇବାକୁ ସକ୍ଷମ ହୋଇଥିଲେ | ଅନ୍ୟପକ୍ଷରେ ଚୋରା ମାଟି ଚାଲାଣ ବିନା ଅନୁମତି ରେ ହେଉଥିବା ବେଳେ ପାରାଦୀପ ଗଡ଼ ର କାର୍ତିକ ଚନ୍ଦ୍ର ବେହେରା ଏହାକୁ ବିରୋଧ କରିବାରୁ କିଛି ବ୍ୟକ୍ତି ତାଙ୍କୁ ଧମକ ଦେବା ସହ ତାଙ୍କ ମୋବାଇଲ ଟିକୁ ବାଡ଼େଇ ଭାଙ୍ଗି ଦେଇଥିବା ସେ ଲକ୍ ଥାନା ରେ ଲିଖିତ ଅଭିଯୋଗ କରିଛି | ପୋଲିସ ଆଜି ଘଟଣା ସ୍ଥଳ କୁ ଯାଇ ତଦନ୍ତ କରିଥିବା ମଧ୍ଯ ଜଣାପଡ଼ିଛି | ସବୁଠାରୁ ବଡ ପ୍ରଶ୍ନ ହେଉଛି ତହସିଲ୍ ରୁ ଅନୁମତି ନେଇ ରୟାଲଟି ଡିପୋଜିଟ କରିବା ପରେ ଯାଇ ମାଟି ଉଠିବା କଥା | କିନ୍ତୁ କିଛି ମାଫିଆ ଓ ରାଜନେତା ଙ୍କ ଛତ୍ରଛାୟା ତଳେ ରହି ଏହି ବ୍ୟକ୍ତି ମାନେ ଏକ ମାସ ରୁ ଉର୍ଦ୍ଧ ହେବ ମାଟି ରାତି ଅଧିଆ ଉଠାଇ ଚାଲାଣ କରୁଥିବା ଓ ପ୍ରତି ରାତି ରେ ଲକ୍ଷାଧିକ ଟଙ୍କା ଉପାର୍ଜନ କରୁଥିବା ଚର୍ଚା ହେଉଛି | ସରକାରଙ୍କ ରାଜସ୍ୱ ଫାଙ୍କି ଏମାନେ ନିଜର ପ୍ୟାକେଟ୍ ଗରମ କରୁଥିବା ବେଳେ ପ୍ରଶାସନ କାହା ଚାପରେ ଏମାନଙ୍କୁ ଧରୁନାହିଁ ତାହାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ସାଧାରଣ ଜନତା ବିରୋଧ କଲେ ଧମକ ମିଳୁଥିବା ଆଉ ସେମାନଙ୍କୁ ମାଡ ମାରି ସେମାନଙ୍କ ମୋବାଇଲ ଭାଙ୍ଗୁଥିବା ଏବ୍ଂ ସର୍ବପରି ନୂଆଗଡ଼ ପୋଲ ଉପରେ 5200 ନମ୍ବର ଗାଡି ଟି ରାତି ସାରା ରହି ଏହି ମାଟି ମାଫିଆ ଙ୍କୁ ପ୍ରୋଟେକ୍ସନ ଦେଉଥିବା ମଧ୍ଯ ଆଲୋଚନା ହେଉଛି | ଗଡ଼ ରାଜସ୍ୱ ନିରୀକ୍ଷକ ମାଟି ବୁହାଇଥିବା ହାଇୱା କୁ ଧରି ଜବତ କରି ଥାନା କୁ ଯିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସମ୍ପୃକ୍ତ ଗାଡି ଟି 4 ଦିନ ହେବ ସେଠାରୁ ଚାଲିଯାଇ ପୁଣି ମାଟି ଚାଲାଣ ରେ ଗାଡି କୁ ନିୟୋଜିତ କରିବା , ଏହା ପ୍ରଶାସନ କୁ ଚ୍ଯାଲେଞ୍ଜ ନୁହଁ ତ ଆଉ କଣ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି | ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି |
